ଓଡ଼ିଆ ନ୍ୟୁଜ୍: ନୂଆପଡ଼ାରେ ନବୀନଙ୍କ ପ୍ରଚାରକୁ ନେଇ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା। ନବୀନ ମୋ ବାପା ଭଳି, ତାଙ୍କ ଟିପ୍ପଣୀରେ ବେଶୀ କିଛି କହିବାର ନାହିଁ। ହସ୍ପିଟାଲରେ ବାପା ମୃତ୍ୟ ସହ ସଂଗ୍ରାମ କଲାବେଳେ ଆସିଲେନି।ଫୋନ କରି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରିଲେନି। ନିର୍ବାଚନ ପ୍ରଚାରରେ ନବୀନଙ୍କ ଏପରି କଥା ମୋତେ ଖରାପ ଲାଗିଛି।ନୂଆପଡାବାସୀଙ୍କ ସହାନୁଭୂତି ସବୁବେଳେ ମୋ ସହିତ ରହିବ।
ଗତକାଲି ନୂଆପଡ଼ାରେ ନିର୍ବାଚନୀ ପ୍ରଚାର ପାଇଁ ଯାଇଥିବା ବେଳେ ନବୀନ ବିଜେପିକୁ ସମାଲୋଚନା କରିବା ସହ ଜୟଙ୍କୁ ନିଶାନା କରିଥିଲେ। ପ୍ରାର୍ଥୀ ଚୋରି କରିଥିବା ଅଭିଯୋଗ କରିଥିଲେ। ଯାହାର ଜବାବ ଦେବା ସହ ନବୀନଙ୍କ ଉପରେ ପାଲଟା ଅଭିଯୋଗ ଲଗାଇଛନ୍ତି ଜୟ। ବାପା ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ, ସେତେବେଳେ ଥରେ ବି ସେ ଦେଖିବାକୁ ଆସିନଥିଲେ। ତାଙ୍କ ରଣନୀତି କଣ ଥିବ ସେଥିପାଇଁ ନବୀନ ଏମିତି କହିଥାଇପାରନ୍ତି।