ଓଡ଼ିଆ ନ୍ୟୁଜ୍: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ଫରେଷ୍ଟର ମୃତ, ୨ ଗୁରୁତର। ନବରଙ୍ଗପୁର ଡେଙ୍ଗାଗୁଡ଼ା ଛକ ନିକଟରେ କାର୍ରେ ଯିବାବେଳେ ପିକଅପ୍ ଭ୍ୟାନ୍ ସହ ଧକ୍କା। ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ମଧ୍ୟ ଦୁର୍ଘଟଣାରେ ଆହତ।
ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଛକ ନିକଟ ଭାରତମାଳା ରାସ୍ତାରେ ୩ ଜଣ ଫରେଷ୍ଟର ନିଜର ଟ୍ରେନିଂ ପାଇଁ ଜି.ଉଦୟଗିରି ଯାଉଥିବା ବେଳେ ରାସ୍ତାରେ ପିକ୍ଅପ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତ ଫରେଷ୍ଟର ଜଣକ ନବରଙ୍ଗପୁର ଜିଲା ଝରିଗାଁ ରେଞ୍ଜର ଗୁପ୍ତ ପ୍ରସାଦ ମହାନ୍ତ। ଗୁରୁତର ଫରେଷ୍ଟରମାନେ ହେଲେ ଉମରକୋଟ ରେଞ୍ଜର ଫରେଷ୍ଟର କାମାକ୍ଷ ପ୍ରସାଦ ସ୍ବାଇଁ ଓ ଝରିଗାଁ ଫରେଷ୍ଟର ତନୁଜ କୁମାର ପରିଛା। ସ୍ଥାନୀୟ ଲୋକେ ଓ ପାପଡ଼ାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆହତମାନଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।