ଓଡ଼ିଆ ନ୍ୟୁଜ୍: ଆଜି କୋମନାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ କରିବେ ପ୍ରଚାର।ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୧ଟା ୫୦ରେ ଗୋତମାରେ ପହଞ୍ଚିବେ। ସେଠାରୁ ପୁଣି ହେଲିକପ୍ଟରରେ ଉଦ୍ୟାନବନ୍ଧ ଗସ୍ତରେ ଯିବେ। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ପଦଯାତ୍ରା କରିବେ।ପରେ କୋମନାରେ ରୋଡ୍ ଶୋ’ ଓ ଜନ ସମାବେଶକୁ ସମ୍ବୋଧିତ କରିବେ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ସେପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ପୁଦେବ ସାଏ ମଧ୍ୟ ବିଜେପି ପାଇଁ ପ୍ରଚାର କରିବାକୁ ଆସିବେ ।
ମୋହନ ମାଝୀଙ୍କ କାର୍ଯ୍ୟକ୍ରମ କୋମନା ବ୍ଲକରେ ଥିବାବେଳେ ବିଷ୍ଣୁଦେବ ନୂଆପଡା ବ୍ଲକରେ ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀ କୋମନା ସ୍ଥିତ ଉଦ୍ୟାନବନ୍ଧ ଠାରେ ପହଞ୍ଚି ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ସେହି ବ୍ଲକରେ ସେ ରୋଡ୍ ଶୋ କରି ଗୋଟିଏ ସ୍ଥାନରେ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।