ଆଜି ହେଉଛି ପବିତ୍ର ରାମନବମୀ, ଦୀର୍ଘ ୨ ବର୍ଷ ପରେ କରୋନା କଟକଣା ହଟିଥିବାରୁ ମହାଆଡମ୍ବରରେ ପାଳନ ହେଉଛି ରାମଲାଲାଙ୍କ ଜନ୍ମଦିନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜି ହେଉଛି ପବିତ୍ର ରାମନବମୀ। ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମଦିନ। ଏଥିପାଇଁ ଚଳଚଳଞ୍ଚଳ ରାଜ୍ୟର ବିଭିନ୍ନ ରାମମନ୍ଦିର। ଦୀର୍ଘ ୨ ବର୍ଷ ପରେ କରୋନା କଟକଣା ହଟିଥିବାରୁ ଏଥର ମହାଆଡମ୍ବର ସହକାରେ ରାମଲାଲାଙ୍କ ଜନ୍ମଦିନ ପାଳନ କରାଯାଉଛି। ଭୁବନେଶ୍ୱର ରାମନ୍ଦିରକୁ ଫୁଲ ଓ ଲିଚୁ ମାଳାରେ ସୁସଜ୍ଜିତ ଭାବେ ମନ୍ଦିର ସଜାଯାଇଛି। ସକାଳ ୫ ଟାରୁ ମଙ୍ଗଳଆଳତୀ ପରେ ଆରମ୍ଭ ହୋଇଛି ଦର୍ଶନ। ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଲମ୍ବା ଲାଇନ୍‌ ଲାଗିଛି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସାଢେ ୧ଟାରେ ପହୁଡ ପଡ଼ିବ। ୪ଟାରେ ପୁଣି ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲିବ।

ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥି ଦିନ ରାମନବମୀ ପର୍ବ ପାଳନ କରାଯାଇଥାଏ l ଶାସ୍ତ୍ର ଅନୁସାରେ ଏହି ଦିନ ପ୍ରଭୁ ଶ୍ରୀ ରାମ ଜନ୍ମ ନେଇଥିଲେ ,ତେଣୁକରି ସାରା ଭାରତ ବର୍ଷରେ ହିନ୍ଦୁମାନେ ଏହାକୁ ପାଳନ କରି ଥାନ୍ତି l ଭଗବାନ ରାମ ହେଉଛନ୍ତି ବିଷ୍ଣୁଙ୍କର ସପ୍ତମ ଅବତାର l ପୃଥିବୀରେ ଅସୁର ମାନଙ୍କର ସଂହାର କରିବା ପାଇଁ ଭଗବାନ ବିଷ୍ଣୁ ତ୍ରେତୟା ଯୁଗରେ ଶ୍ରୀରାମ ଭାବରେ ଅବତାର ନେଇଥିଲେ l ଭଗବାନ ରାମଙ୍କୁ ମର୍ଯ୍ୟାଦା ପୁରୁଷତ୍ତମ କୁହାଯାଏ ,କାରଣ ସେ ନିଜ ଜୀବନ କାଳରେ ଅନେକ କଷ୍ଟ ସହି ମଧ୍ୟ ନିଜର ମର୍ଯ୍ୟାଦା ହରାଇ ନଥିଲେ l ସେ ବିପରୀତ ପରିସ୍ଥିରେ ନିଜର ଆଦର୍ଶକୁ ହରାଇ ନଥିଲେ ,ଏହି ଦିନ ଭାରତର ସମସ୍ତ ମନ୍ଦିରରେ ରାମଙ୍କର ପୂଜାର୍ଚନା କରାଯାଇଥାଏ l କିନ୍ତୁ ଖାସ କରି ଶ୍ରୀରାମଙ୍କ ଜନ୍ମ ଭୂମି ଅଯୋଧ୍ୟାରେ ଏହି ପର୍ବକୁ ହସଖୁସିରେ ପାଳନ କରାଯାଇଥାଏ l

 

Leave A Reply

Your email address will not be published.