ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖାଉଟିଙ୍କ ଚିନ୍ତା ବଢ଼ାଇଛି ଗ୍ରୋସରୀ ସାମଗ୍ରୀ ଦରବୃଦ୍ଧି।ହରଡ ଡାଲି କୁଇଣ୍ଟାଲ ପିଛା ଦର ସମାନ ରହିଛି।8ହଜାର 700 ଟଙ୍କାରୁ ଆରମ୍ଭ କରି 9 ହଜାର 800 ରେ ବିକ୍ରି ହେଉଛି ହରଡ଼ ଡାଲି।ସେହିଭଳି ପୂର୍ବରୁ ଶୋରିଷ ତେଳ ଲିଟର ପିଛା 190 ଟଙ୍କା ଥିଲା ବେଳେ ଏବେ ଏଥିରେ ଟିକେ ଅଙ୍କୁଶ ଲାଗିଛି.।ଦର କମି ଲିଟର ପିଛା 165 ରୁ 185 ଟଙ୍କା ବିକ୍ରି ହେଉଛି… ରିଫାଇନ ତେଳ ମଧ୍ୟ 140 ରୁ 155 ଟଙ୍କା, ଚିନି କୁଇଣ୍ଟାଲ ପିଛା 3650 ରୁ 3900 ଟଙ୍କା ବଜାରକୁ ଆସୁଛି ବେଳେ କିଲୋ ପିଛା 2 ରୁ 5 ଟଙ୍କା ବୃଦ୍ଧି ହୋଇଛି।ବୁଟ ଡାଲି ଓ ମୁଗଡାଲିରେ କୁଇଣ୍ଟାଲ ପିଛା 200 ରୁ 500 ଟଙ୍କା ବୃଦ୍ଧି ଘଟିଛି…. ସେହିଭଳି କଞ୍ଚା ପରିବାକୁ ମଧ୍ୟ ପର କରିବାକୁ ବସିଲେଣି ଖାଉଟି।ପରିବା ଦର ଆକାଶ ଛୁଆଁ ହେଲାଣି।ପୋଟଳ 120 ଟଙ୍କା, ବାଇଗଣ ଓ କାକୁଡି 60 ରୁ 80 ସହ ଟମାଟ 30 ଟଙ୍କାରେ ବିକ୍ରି ହେଉଛି।ପୂର୍ବଭଳି ଗୋଟିଏ ଲେମ୍ବୁର ଦର 10 ଟଙ୍କାରେ ବିକ୍ରି ଦେଉଥିବା ବେଳେ ସିଧାସଳଖ ଏହାର ପ୍ରଭାବ ନିମ୍ନ ଓ ମାଧବୀତ ପରିବାର ଉପରେ ପଡିଛି।
ସେପଟେ ଦର ବୃଦ୍ଧି ପାଇଁ ଡିଜେଲ ଓ ପେଟ୍ରୋଲ ଦରବୃଦ୍ଧି ଆଡକୁ ଆଙ୍ଗୁଳି ଉଠାଇଛନ୍ତି ଓଡିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା। ସେ କହିଛନ୍ତି ଡିଜେଲରେ 2 ଟଙ୍କା ବୃଦ୍ଧି ହେଲେ ସାଧାରଣ ପରିବାର ଉପରେ ସିଧାସଳକ 200 ରୁ 300 ଟଙ୍କା ଅଧିକ ବୋଝ ପଡିଥାଏ।ସରକାର ଅନ୍ୟ ରାଜ୍ୟକୁ ନିର୍ଭର ନ କରି ରାଜ୍ୟ ସରକାର ଚାଷୀମାନଙ୍କୁ ଅଧିକ ସ୍ୱାବଲମ୍ଭି କରିବାକୁ ଅଧିକ ଯୋଜନା କରିବାର ଆବଶ୍ୟକତା ରହିଛି।
ଗୋଟିଏ ପଟେ ଦର ବୃଦ୍ଧି ଉପରେ ଆଙ୍କୁଶ ଲାଗୁନଥିବା ବେଳେ ଅସାଧୁ ବ୍ୟବସାୟୀମାନେ ଗ୍ରୋସରୀ ସାମଗ୍ରୀ ଲୁଚାଇ ରଖୁଥିବା ମଧ୍ୟ ଅଭିଯୋଗ ଆସୁଛି…