ବସ୍ତି କାର୍ଡ ଖେଳୁଛି ବିଜେଡ଼ି: ଟ୍ୱିନ୍ ସିଟିର ଦୁଇ ଡେପୁଟୀ ମେୟର ପଦ ବସ୍ତି ମହିଳାଙ୍କୁ ଦେଇ ୨୦୨୪ ରଣନୀତି ପ୍ରସ୍ତୁତ କରୁଛି ବିଜେଡ଼ି
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବସ୍ତି କୁ ବିଜେଡି ର ଫୋକସ୍।ଚଳିତ ମହାନଗର ନିଗମ ନିର୍ବାଚନ ପରେ ଯେଉଁଭଳି ଭାବେ ୨ – ୨ ଟି ଡେପୁଟି ମେୟର ପଦବୀ ବସ୍ତି ରୁ ନିର୍ବାଚନ ଲଢି ଜିତିଥିବା ମହିଳା ମାନଙ୍କୁ ଦିଆଯାଇଛି ସେଥିରୁ ସ୍ପଷ୍ଟ ବାରି ହେଉଛି ଯେ ୨୦୨୪ ନିର୍ବାଚନ ପାଇଁ ରଣନିତୀ ପ୍ରସ୍ତୁତ କରୁଛି ବିଜେଡି । କଟକ ଭୂବନେଶ୍ୱର ଭଳି ସ୍ଥାନରେ ବସ୍ତି ଝିଅ ଙ୍କୁ ରାଜନିତୀ ର ପ୍ରମୁଖ ସ୍ତାନକେ ଅବସ୍ଥାପିତ କରିଛି ବିଜେଡି। ଏହା ସହ ଏସଏଚଜି ଗ୍ରୁପ୍ ର ମହିଳା ମଧ୍ଯ ରହୁଛନ୍ତି ଫୋକସ୍ ରେ। ସେମାନଙ୍କୁ ମନେଇବାକୁ ଏବଂ ନିଜ ଆଡକୁ ଟାଣିବା ପାଇଁ କୌଣସି ମୌକା ଛାଡିବାକୁ ପ୍ରସ୍ତୁତ ନୁହଁ ବିଜେଡି। ଦେଖିବାକୁ ଗଲେ ସବୁ ନିର୍ବାଚନ ରେ ବସ୍ତି ବାସିନ୍ଦା ଙ୍କ ଭୋଟ ହେଉଛି ନିର୍ଣ୍ଣାୟକ।
ଚଳିତ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ରେ ଯେଉଁଭଳି ଭାବେ ଶତପ୍ରତିଶତ ମହିଳା ବଡ ବଡ ପଦବୀ ମାନ ପାଇଛନ୍ତି ଏବଂ ପ୍ରତି ନିର୍ବାଚନ ରେ ବିଜେଡି ରୁ ନିର୍ବାଚନ ଲଢୁଥିବା ମହିଳା ମାନେ ବିପୁଳ ଭୋଟ ରେ ଜୟଯୁକ୍ତ ହେଉଛନ୍ତି ସେଥିରୁ ଜଣାପଡିଲାଣି ଯେ ମହିଳା ମାନେ ହେଉଛନ୍ତି ବିଜେଡିର ମାଷ୍ଟର କାର୍ଡ଼। ବସ୍ତି ରୁ ଆସିଥିବା ମହିଳା ହୁଅନ୍ତୁ କିମ୍ବା ପଞ୍ଚାୟତ ନିର୍ବାଚନ ରେ ବଡବଡ ପଦବୀ ପାଇଥିବା ମହିଳା ହୁଅନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାମାନଙ୍କୁ ଗୁରୁତ୍ବ ଦେଉଥିବା କହିଛନ୍ତି ବିଜେଡି ର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର।
ସବୁବେଳେ ବସ୍ତି ବାସିନ୍ଦାମାନଙ୍କ ସୁବିଧା ଅସୁବିଧା କୁ ଗୁରୁତ୍ବ ଦିଅନ୍ତି ମୁଖମନ୍ତ୍ରୀ। ଅନ୍ୟ ପଟେ ବିରୋଧୀଙ୍କ କହିବା କଥା ବସ୍ତି ଭୋଟକୁ ହାତେଇବା ପାଇଁ ଏହା ଏକ ଚାଲ୍ ବିଜେଡିର। ପ୍ରକୃତ ରେ ବସ୍ତିବାସିନ୍ଦାଙ୍କ ଉନ୍ନତି ତୁ କେବେ ଗୁରୁତ୍ବ ଦିଆଯାଏନି। କଂଗ୍ରେସ ର କହିବା କଥା ବସ୍ତି ର ମହିଳା ବଡ ବଡ ପଦ ପାନ୍ତୁ ପଛେ କିନ୍ତୁ ଭୂବନେଶ୍ୱରର ଉନ୍ନତି କରନ୍ତୁ।