ଓଡ଼ିଆ ନ୍ୟୁଜ୍: ବିକ୍ରମଙ୍କ ବିପକ୍ଷରେ ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ।ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଓକିଲଙ୍କ ପିଟିସନ ଦାଖଲ।ବ୍ରହ୍ମପୁର SDJM କୋର୍ଟରେ ୱକାଲତନାମା ଦାଖଲ କଲେ ଆଇନଜୀବୀ। ପୂର୍ବରୁ ୪୦ରୁ ଊର୍ଦ୍ଧ୍ବ ଓକିଲ ବିକ୍ରମଙ୍କ ସପକ୍ଷରେ ୱକାଲତନାମା ଦାଖଲ କରିଥିଲେ।ଗତକାଲି ବିକ୍ରମଙ୍କ ଓକିଲଙ୍କ ପକ୍ଷରୁ ଏକ ପିଟିସନ ଦାଖଲ ହୋଇଥିଲା। ପୀତବାସଙ୍କ ହତ୍ୟାରେ ବିକ୍ରମଙ୍କ ସଂପୃକ୍ତି ନାହିଁ ଦର୍ଶାଇ ପିଟିସନ ଦାଖଲ ହୋଇଥିଲା।ଏହାକୁ ବିରୋଧ କରି ୨୦୯ ଆଇନଜୀବୀଙ୍କ ପିଟିସନ ଦାଖଲ।
ଆଜି ବିପକ୍ଷରେ ୨୦୯ ଜଣ ଓକିଲ ୱକାଲତନାମା ଦାଖଲ କରିଥିବା ଜଣାପଡିଛି। ସେପଟେ ପୀତବାସ ପଣ୍ଡା ହତ୍ୟା ମାମଲା । ହାଇକୋର୍ଟରେ ଲିଖିତ ଉତ୍ତର ରଖିଲେ ବ୍ରହ୍ମପୁର ଏସ୍ପି । ଗଣମାଧ୍ୟମରେ ରଖିଥିବା ବୟାନ ଉପରେ ଜବାବ ମାଗିଥିଲେ ହାଇକୋର୍ଟ। ଏହାକୁ ନେଇ ଲିଖିତ ଭାବେ ଉତ୍ତର ରଖିଛନ୍ତି ବ୍ରହ୍ମପୁର ଏସପି ।
ତାଙ୍କ ବୟାନ କୁ ଅଦାଲତ ଅବମାନନା ଭାବେ କାହିଁକି ବିବେଚନା କରାଯିବ ନାହିଁ ସେ ନେଇ ଲିଖିତ ଜବାବ ଦାଖଲ କରିଛନ୍ତି ଏସ ପି । ତେବେ ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦ ତାରିଖ ଶୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ।