ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ; ଅପରାହ୍ନ ୪ରୁ ନୀରବ ଅବଧି ଆରମ୍ଭ ହୋଇଛି।ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ।‘ଅନ୍ୟ ଜିଲ୍ଲାରୁ ଯେଉଁମାନେ ଯାଇଥିଲେ ଛାଡ଼ି ସାରିଲେଣି’।‘ପୋଲିଂ ପାର୍ଟି କାଲି ବାହାରି ସନ୍ଧ୍ୟା ସୁଦ୍ଧା ପୋଲିଂ ବୁଥ୍ରେ ପହଞ୍ଚିବେ’।‘ସବୁ ବୁଥ୍ରେ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନରହିବେ’।ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ନେଇ ଆଶାବାଦୀ। କିନ୍ତୁ ଗୋଷ୍ଠୀ କରି ଯାଇପାରିବେ ନାହିଁ । ରାତି ୧୦ଟା ପରେ ସମ୍ପୂର୍ଣ୍ଣ ପ୍ରଚାର ବନ୍ଦ ରହିବ ।
ନୂଆପଡ଼ା ନିର୍ବାଚନମଣ୍ଡଳୀରେ ୫୭ଟି ସମ୍ବେଦନଶୀଳ ବୁଥ୍ ଅଛି । ପୋଲିଂ ପାର୍ଟି କାଲି ବାହାରି ସନ୍ଧ୍ୟା ସୁଦ୍ଧା ପୋଲିଂ ବୁଥ୍ରେ ପହଞ୍ଚିବେ । ସବୁ ବୁଥ୍ରେ ପୋଲିସ ବ୍ୟବସ୍ଥା ହୋଇଛି । କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ମୁତୟନ ଅଛନ୍ତି । ଆମେ ଆଶା କରୁଛୁ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହେବ ।
ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ପାଇଁ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନରେ ଓହ୍ଲାଇଛି ।