ଲଗାତାର ୮ ଛକା ସହ ଦ୍ରୁତତମ ଅର୍ଦ୍ଧଶତକ ହାସଲ କଲେ ମେଘାଳୟର ଆକାଶ ଚୌଧୁରୀ

0

ଓଡ଼ିଆ ନ୍ୟୁଜ୍: ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଇତିହାସ ରଚିଲେ ମେଘାଳୟର ଆକାଶ ଚୌଧୁରୀ।ଗୋଟିଏ ଓଭରରେ ୬ଟି ଛକା ସହ ଲଗାତାର ୮ଟି ଛକାର ରେକର୍ଡ। ମାତ୍ର ୧୧ଟି ବଲ୍‌ରେ ଦ୍ରୁତତମ ଅର୍ଦ୍ଧଶତକର ଆଉ ଏକ ରେକର୍ଡ।ରଣଜୀ ଟ୍ରଫି ପ୍ଲେଟ୍‌ ଗ୍ରୁପ୍‌ର ଅରୁଣାଚଳ ପ୍ରଦେଶ ବିପକ୍ଷରେ ରେକର୍ଡ।ବାମହାତୀ ସ୍ପିନର ଲିମାର ଡାବିଙ୍କ ଗୋଟିଏ ଓଭରରେ ୬ଟି ଛକା।ସୁରଟ କେସିକେ ପିଥଓ୍ଵାଲା ଗ୍ରାଉଣ୍ଡରେ ଅରୁଣାଚଳ ପ୍ରଦେଶ ବିପକ୍ଷ ଚଳିତ ରଣଜୀ ସିଜିନର ଏକ ମ୍ୟାଚରେ ଆକାଶ ମାତ୍ର ୧୧ ବଲ୍‌ରୁ ୫୦ ରନ କରି ବିଶ୍ଵ ରେକର୍ଡ ନିଜ ନାଁରେ କରିଛନ୍ତି। ଏହା ପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଦ୍ରୁତତମ ଅର୍ଦ୍ଧଶତକ ମାରିବାର ରେକର୍ଡ ଓ୍ଵେନ ହ୍ଵାଇଟ୍(୧୨ ବଲ୍)ଙ୍କ ନାମରେ ଥିଲା। ସେ ୨୦୧୨ରେ ଲିସେଷ୍ଟରସାୟର ଏବଂ ଏକ୍ସେସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ସେ ଏହି ରେକର୍ଡ କରିଥିଲେ।

ଆକାଶ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଗୋଟିଏ ଓଭରରେ ଛଟି ଛକା ମାରିଛନ୍ତି। ଏହି କୀର୍ତ୍ତିମାନ ସ୍ଥାପନ କରିବାରେ ସେ ହେଉଛନ୍ତି ତୃତୀୟ ଖେଳାଳି। ଏହା ବ୍ୟତୀତ ଏହି ଫର୍ମାଟ୍‌ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ବି କରିଛନ୍ତି। ସେ ଲଗାତାର ୮ ବଲରେ ମାରିଛନ୍ତି ୮ ଛକା। ୧୧ ବଲରୁ ହାସଲ କରିଛନ୍ତି ଅର୍ଦ୍ଧଶତକ।

ଗୋଟିଏ ଓଭରରେ ଛଅ ଛକା ମାରିବା ସହ ଆକାଶ ଚୌଧୁରୀ ରବି ଶାସ୍ତ୍ରୀଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ରବି ଶାସ୍ତ୍ରୀ ୧୯୮୪-୮୫ରେ ବରୋଦା ବିପକ୍ଷରେ ଗୋଟିଏ ଓଭରରେ ଛଅ ଛକା ମାରିଥିଲେ। ହେଲେ ଆକାଶ ଲଗାତାର ୮ ବଲରେ ୮ ଛକା ମାରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି।

Leave A Reply

Your email address will not be published.