ରାଜ୍ୟରେ ଖସୁଛି ପରଦ, ବଢୁଛି ଶୀତ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଖସୁଛି ପରଦ ବଢୁଛି ଶୀତ। ଆଜି ସକାଳେ ଘନ କୁହୁଡ଼ିର ଧଳା ଚାଦରରେ ଘୋଡ଼େଇ ହୋଇଥିଲା କୋରାପୁଟ ଓ ସୁନ୍ଦରଗଡ଼ ସହର । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବି ଥିଲା କୁହୁଡ଼ିର ଆସ୍ତରଣ । ଏପଟେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମିଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ପାରଦ ୨ ଡିଗ୍ରି ବଢ଼ିଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସହରର ରାତି ତାପମାତ୍ରା ସ୍ବାଭାବିକଠୁ ୭ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

ଦାରିଙ୍ଗବାଡ଼ିରେ ଗତକାଲି ରାତିରେ ପାରଦସ୍ତର ୧୦ ଡିଗ୍ରି ତଳକୁ ଖସି ୯.୫ ଡିଗ୍ରିରେ ପହଞ୍ଚିଥିଲା। ପଛକୁ ପଛ ଫୁଲବାଣୀ ୧୧ ଡିଗ୍ରି, ଝାରସୁଗୁଡ଼ା ୧୧.୧ ଡିଗ୍ରି, ଭଦ୍ରକ ୧୧.୪ ଡିଗ୍ରି, ରାଉରକେଲା ୧୨.୯ ଡିଗ୍ରି, କୋରାପୁଟ ୧୩ ଡିଗ୍ରି, ସୁନ୍ଦରଗଡ଼ ୧୩.୨ ଡିଗ୍ରି, କେନ୍ଦୁଝର ୧୩.୪ ଡିଗ୍ରି, ଢେଙ୍କାନାଳ ଓ ଅନୁଗୁଳ ୧୩.୬ ଡିଗ୍ରି। ମୋଟ ଉପରେ ୧୨ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି।

Leave A Reply

Your email address will not be published.