ଏସଆଇ ସ୍କାମ, ଘାଣ୍ଟିବ ସିବିଆଇ

0

ଓଡ଼ିଆ ନ୍ୟୁଜ୍: ପୋଲିସ ଏସଆଇ ନିଯୁକ୍ତି ମହାଘୋଟଲାରେ ଘାଣ୍ଟିବ ସିବିଆଇ। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ଦ୍ବାରା ପରିଚାଳିତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ। ପୂର୍ବରୁ ଏହି ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଥିବା ବେଳେ ଆଗକୁ ମାମଲା ସିବିଆଇ ହାତକୁ ଯିବ। ଏନେଇ ଆଜି କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନ୍‌ସନ୍‌ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏସ୍‌ଆଇ ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୨ ତାରିଖରେ ସୁପାରିସ କରିଥିଲେ। ମୁ

ଖ୍ୟମନ୍ତ୍ରୀଙ୍କ ସୁପାରିସକୁ କେନ୍ଦ୍ର ଅନୁମୋଦନ କରିଛି। ସିବିଆଇ ତଦନ୍ତକୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ପରେ ଏବେ ବିଭିନ୍ନ ମହଲରେ ଛନକା ପଶିଛି। ଏହି କେଳେଙ୍କାରୀ ପଛରେ ବହୁ ବଡ଼ବଡ଼ିଆ, ପ୍ରଭାବଶାଳୀ, ବରିଷ୍ଠ ଅଧିକାରୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। ଏମିତିକି ପୂର୍ବ ସରକାରଙ୍କ ୧୦୦୦ କୋଟିର ଡିଲ୍‌ କଥା ବି ପଦାକୁ ଆସିଥିଲା।

Leave A Reply

Your email address will not be published.