ଓଡ଼ିଆ ନ୍ୟୁଜ୍: LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି। ଦିଲ୍ଲୀ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ। ଭୁଟାନରୁ ଫେରି ସିଧା ହସ୍ପିଟାଲ୍ ଯାଇ ଭେଟିଲେ।ଘଟଣା ଘଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନ ଗସ୍ତରେ ଯାଇଥିବା ବେଳେ ସେଠାରୁ ଫେରି ସେ ପ୍ରଥମେ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି।
LNGP ହସ୍ପିଟାଲ ଯାଇ ସେ ଆହତମାନଙ୍କୁ ଭେଟିଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ଆହତମାନଙ୍କୁ ଭେଟି ସେମାନଙ୍କ ସହିତ କଥା ହେବା ସହ ପୀଡ଼ିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପୀଡ଼ିତଙ୍କୁ ଭେଟିବା ପରେ ବିସ୍ଫୋରଣ ପରର ପରିସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ରେ Cabinet Committee on Security (CCS) ଏବଂ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବେ।