ଗୋଟିଏ ଦିନ ବଢ଼ିଲା ବାଲିଯାତ୍ରା

0

ଓଡ଼ିଆ ନ୍ୟୁଜ୍: କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି।୮ ଦିନ ବଦଳରେ ୯ଦିନ ଯାଏ ଚାଲିବ ବାଲିଯାତ୍ରା।୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା। ଆଜି ପରିବର୍ତ୍ତେ ଆସନ୍ତାକାଲି ଉଦ୍‌ଯାପିତ ହେବ ବାଲିଯାତ୍ରା। ଲୋକଙ୍କ ଆଗ୍ରହ ଓ ବ୍ୟବସାୟୀଙ୍କ କାରବାରକୁ ନଜରରେ ରଖି ଅବଧି ବୃଦ୍ଧି।

କଟକର ଐତିହାସିକ ବାଲିଯାତ୍ରା ଆୟୋଜନ ପାଇଁ ପୂର୍ବରୁ ରାଜ୍ୟ ସରକାର ୨ କୋଟି ଟଙ୍କା ପ୍ରଦାନ କରୁଥିଲେ। କିନ୍ତୁ ଚଳିତ ବର୍ଷଠାରୁ ବାଲିଯାତ୍ରା ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରୁ ୫ କୋଟି ଟଙ୍କା ଦିଆସରିଥିବା ବେଳେ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଆଜି ବାଲିଯାତ୍ରାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନନ୍ଦିକେଶରୀ ପଠାର ବିକାଶ କରାଯାଇ ସେଠାକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯିବ। ଆସନ୍ତା ବାଲିଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସରିବ। ସାବରମତୀ ଢାଞ୍ଚାରେ ମହାନଦୀ ରିଭର୍‌ ଫ୍ରଣ୍ଟ ନିର୍ମାଣ କରାଯିବ। ମହାନଦୀ ରିଭର୍‌ ଫ୍ରଣ୍ଟ ପାଇଁ ରାଜ୍ୟ ସରକାର ୨ଶହ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥି ପାଇଁ ୩୮କୋଟି ପ୍ରଦାନ କରାଯାଇଛି।

Leave A Reply

Your email address will not be published.