ନୂଆପଡ଼ା ଉପନିର୍ବାଚନ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଷ୍ଟ୍ରଙ୍ଗ୍‌ ରୁମ

0

ଓଡ଼ିଆ ନ୍ୟୁଜ୍: ରାତି ପାହିଲେ ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ। ଷ୍ଟ୍ରଙ୍ଗ ରୁମରେ ସିଲ୍‌ ହୋଇଥିବା ଇଭିଏମ୍‌ ଖୋଲାଯିବ। ଶୁକ୍ରବାର ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ଏବଂ ଭୋଟ୍‌ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି। ପ୍ରାଶସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ନୂଆପଡ଼ା କାଉଣ୍ଟିଂ ପୂର୍ବରୁ ଷ୍ଟ୍ରଙ୍ଗ୍‌ରୁମ୍ସୁରକ୍ଷା ନେଇ SPଙ୍କ ସମୀକ୍ଷା।‘ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଷ୍ଟ୍ରଙ୍ଗ୍‌ ରୁମ, ବାହାରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା’।‘ଦୁଇ କମ୍ପାନୀ କେନ୍ଦ୍ରୀୟ ବଳ ମୁତୟନ ହୋଇଛନ୍ତି’।‘ଅଧିକୃତ ଓ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତି ହିଁ ପ୍ରବେଶ କରି ପାରିବେ’। ‘ଭିତରକୁ ପ୍ରବେଶ ପୂର୍ବରୁ ୩ଟି ଜାଗାରେ ଚେକିଂ ହେବ’।ଆବଶ୍ୟକ ପଡ଼ିଲେ ସୁରକ୍ଷା କର୍ମୀ ବଢ଼ାଯିବ- ଏସ୍‌ପି।

ଭୋଟ୍‌ ଗଣତି ନେଇ ଜିଲ୍ଲାପାଳ ମଧୁସୂଦନ ଦାସ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କହିଛନ୍ତି, ଚଳିତ ନୂଆପଡ଼ା ଉପନିର୍ବାଚନରେ ୨,୫୪,୪୮୭ ଜଣ ମତଦାତା ଥିଲେ। ସେମାନଙ୍କର ମଧ୍ୟରୁ ମୋଟ୍‌ ୨,୧୨,୩୮୫ଜଣ ମତଦାନ କରିଥିଲେ। ଏଥିରେ ପୁରୁଷ ସଂଖ୍ୟା ୧,୦୩, ୮୧୭ ଥବା ବେଳେ ୧,୦୮,୫୬୩ ଜଣ ମହିଳା ଥିଲେ। ସେହିପରି ଅନ୍ୟ ବର୍ଗର ମତଦାତା ମାନଙ୍କର ସଂଖ୍ୟା ୫ଥିଲା। ମୋଟ୍‌ ୮୩.୪୫% ମତଦାନ ହୋଇଛି।

Leave A Reply

Your email address will not be published.