ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଫାଶୀଦଣ୍ଡ

0

ଓଡ଼ିଆ ନ୍ୟୁଜ୍: ବାଂଲାଦେଶର ଗାଦିଚ୍ୟୁତ PM ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ। ଶେଖ୍ ହସିନାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ICT। ନରସଂହାର ମାମଲାରେ ବାଂଲାଦେଶ କୋର୍ଟଙ୍କ ଦଣ୍ଡାଦେଶ। ବିକ୍ଷୋଭକାରୀଙ୍କୁ ହତ୍ୟା କରିବା ନେଇ ହୋଇଥିଲା ମାମଲା।ଦୋଷୀ ସାବ୍ୟସ୍ତ ପରେ ଫାଶୀ ଦଣ୍ଡାଦେଶ। ଏହି ଅପରାଧ ପାଇଁ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ଶେଖ ହସିନା ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗମ୍ଭୀର ଅପରାଧ ପାଇଁ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଛି। କୋର୍ଟ ତାଙ୍କ ରାୟରେ ଏହା ମଧ୍ୟ କହିଛନ୍ତି ଯେ, ମାନବତା ବିରୋଧୀ ଏହି ଅପରାଧ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା।

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ପ୍ରଥମ ଅଭିଯୋଗ ଅନୁଯାୟୀ, ଶେଖ୍ ହସିନା ପରିସ୍ଥିତି ପରିଚାଳନା ଏବଂ ହିଂସା ରୋକିବା ପାଇଁ କିଛି କରିନଥିଲେ। ଏହା ତାଙ୍କର ଦାୟିତ୍ବ ଥିଲା। ପ୍ରମାଣରୁ ଏହା ମଧ୍ୟ ଜଣାପଡିଛି ଯେ, ଏହି ମାମଲାରେ ପୁଲିସ ମହାନିରୀକ୍ଷକ (ଆଇଜିପି) ଦୋଷୀ ହୋଇପାରନ୍ତି। ଜୁଲାଇ ୧୯ପରେ, ଗୃହମନ୍ତ୍ରୀଙ୍କ ବାସଭବନରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

 

Leave A Reply

Your email address will not be published.