ଓଡ଼ିଆ ନ୍ୟୁଜ୍: ଦକ୍ଷିଣଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ଏହା ୨୪ରେ ଅବପାତରେ ପରିଣତ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁୁ ସୂଚନା ମିଳିଛି।ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି।ଏହାର ପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଅନ୍ୟପକ୍ଷେ, ଓଡ଼ିଶାକୁ ପୁଣି ବାତ୍ୟା ଭୟ ଦେଖାଦେଇଛି। ମାସ ଶେଷ ଆଡକୁ ବାତ୍ୟା ଓ ବର୍ଷା ହେବା ନେଇ ବିଭିନ୍ନ ପାଣିପାଗ ମଡେଲ ସୂଚନା ଦେବା ପରେ ବିଶେଷକରି ରାଜ୍ୟର ଚାଷୀକୂଳ ଛାନିଆ ହୋଇପଡିଛନ୍ତି। ବିଲରେ ପାଚିଲା ଧାନ ଠିଆ ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ପୁଣି ବାତ୍ୟା ହେଲେ ସବୁଗଲା ବୋଲି ଚାଷୀମାନେ କହିଛନ୍ତି। ଏଯାଏ ଭାରତୀୟ ପାଣିପାଗ ବିଭାଗ କିମ୍ବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବାତ୍ୟା ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ବର୍ଷା ହେବା ନେଇ ସ୍ପଷ୍ଟ କରାଯାଇଛି।