SI ପରୀକ୍ଷା କେଳେଙ୍କାରୀ, ୪ ଅଭିଯୁକ୍ତଙ୍କୁ ଜେରା

0

ଓଡ଼ିଆ ନ୍ୟୁଜ୍: ପୋଲିସ SI ପରୀକ୍ଷା କେଳେଙ୍କାରୀ ଘଟଣା ୪ ଅଭିଯୁକ୍ତଙ୍କୁ ଜେରା କଲା ସିବିଆଇ । ଜାମିନରେ ଥିବା ୩ ଆଶାୟୀଙ୍କୁ ଜେରା । ଭୁବନେଶ୍ବର ଅଫିସକୁ ସମନ କରିଥିଲା ସିବିଆଇ । ପରୀକ୍ଷା ଜାଲିଆତି ଘଟଣାର ତଦନ୍ତ କରୁଛି ସିବିଆଇ । ପାଖାପାଖି ସାଢେ ୮ ଘଣ୍ଟା ଜେରା ପରେ CBI କାର୍ଯ୍ୟାଳୟରୁ ବାହାରିଥିଲେ ଜେରାର ସମ୍ମୁଖୀନ ହୋଇଥିବା ପରୀକ୍ଷାର୍ଥୀ। ତେବେ ଆଉ ଜଣେ କିଏ, ତାହା ସ୍ପଷ୍ଟ ହୋଇପାରିନାହିଁ। ମୋଟ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ୪ ଜଣଙ୍କୁ ଜେରା କରାଯାଇଛି।

ରାକେଟ୍ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। CBIରେ ହାଜର ହୋଇଥିବା ପରୀକ୍ଷାର୍ଥୀ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିଲେ। ପୁଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍‌ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍‌ ଏହାକୁ ସବ୍‌ଲେଟ୍‌ରେ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା ।

Leave A Reply

Your email address will not be published.