୨୦୨୬ ମାର୍ଚ୍ଚ ୩୧ସୁଦ୍ଧା ମାଓଦମନ ସରିବ: DGP

0

ଓଡ଼ିଆ ନ୍ୟୁଜ୍: ନକ୍ସଲ ମୂଳପୋଛ ନେଇ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ। କନ୍ଧମାଳରେ ପୋଲିସ ମହାନିର୍ଦ୍ଦେଶକଙ୍କ ବଡ଼ ସମୀକ୍ଷା। ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି।୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରୁ ମାଓବାଦୀ ମୂଳପୋଛ ଟାର୍ଗେଟ୍‌। ଅସ୍ତ୍ର ଛାଡ଼ି ମୁଖ୍ୟ ରାସ୍ତାରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କ ଆହ୍ବାନ ରହିଛି।ମାଓବାଦୀଙ୍କୁ ସରେଣ୍ଡର ପାଇଁ ସ୍ବତନ୍ତ୍ର ପଲିସି କରାଯାଇଛି।ଯେଉଁମାନେ ସରେଣ୍ଡର କରିବେ ପଲିସି ଅନୁସାରେ ସୁବିଧା ପାଇବେ।ଗତ ବର୍ଷ ୫ ଜିଲ୍ଲାରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳତା ମିଳିଥିଲା।‘ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ସଫଳ ହୋଇଛୁ।ଚଳିତ ବର୍ଷ ମଧ୍ୟ ଏହି ଅଭିଯାନ ଜାରି ରହିବ- ଡିଜିପି।

ଓଡ଼ିଶାରୁ ମାଓ ନିପାତ ଯୋଜନା; କନ୍ଧମାଳରୁ ଆରମ୍ଭ ହେବ ଅପରେସନ୍‌।କନ୍ଧମାଳରେ ଡେରା ପକାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ। ଆଇଜି ଅପରେସନ୍‌, ଡିଆଇଜି ଅପରେସନ୍‌ ବି କନ୍ଧମାଳରେ।ଓଡ଼ିଶାରେ ଏବେ ଆଉ ଅଛନ୍ତି ୮୦ରୁ ୮୫ ମାଓବାଦୀ।ମାଓବାଦୀଙ୍କ ଭିତରେ ୫ ଓଡ଼ିଆ, ଆଉ ସବୁ ଅଣଓଡ଼ିଆ।୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ହେବ ଭାରତ।ନକ୍ସଲମୁକ୍ତ ଭାରତ ଆହ୍ବାନ ଦେଇଛନ୍ତି ଗୃହମନ୍ତ୍ରୀ ଶାହ।ଏବର୍ଷ ଓଡ଼ିଶାରୁ ୧୯ ନକ୍ସଲ ସଫା, ୮ ଗିରଫ, ଆତ୍ମସମର୍ପଣ କରିଛନ୍ତି ୬।ଏବେ କନ୍ଧମାଳ ରାଜ୍ୟର ସବୁଠୁ ଅଧିକ ନକ୍ସଲପ୍ରବଣ ଜିଲ୍ଲା।କଳହାଣ୍ଡି, ରାୟଗଡ଼ା, ବୌଦ୍ଧ, ଗଜପତି, ନୂଆପଡ଼ା ବି ତାଲିକାରେ।

Leave A Reply

Your email address will not be published.