ନବୀନ ନିବାସରେ ପିଏସି ବୈଠକ

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଏହି ସମୟରେ ଉପନିର୍ବାଚନରେ ବିଫଳତା ଉପରେ ଦଳ ତର୍ଜମା କରାଯାଇଛି।

ବୈଠକରେ ସଂତୃପ୍ତ ମିଶ୍ର, ଟୁକୁନି ସାହୁ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସୁଦାମ ମାରାଣ୍ଡି, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ। ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମେତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଜିର ବୈଠକରେ ଆଲୋଚନା ହୋଇଛି।

ବୈଠକ ପରେ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ନୂଆପଡ଼ା ନିର୍ବାଚନକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା।‘୬୩ ବୁଥ୍‌ରେ ବିଜେଡି ଭୋଟ୍‌କୁ ବିଜେପି ଜବରଦସ୍ତି ନେଇଛି। ‘ଆମକୁ ଭୋଟର ଭୋଟ ଦେଲା ପରେ ସେ ଭୋଟ କୁଆଡ଼େ ଗଲା’।‘ନବୀନ ବାବୁ ଆଜି PAC ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି’।‘ଏନେଇ ତର୍ଜମା କରିବା ପରେ ନିର୍ବାଚନ କମିଶନଙ୍କ ପାଖକୁ ଯିବୁ’। ‘ବିଧାନସଭାରେ ଦଳର ଆଭିମୁଖ୍ୟ କିପରି ରହିବ ଆଲୋଚନା ହୋଇଛି।

Leave A Reply

Your email address will not be published.