ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ତାମିଲନାଡୁ ମୁହାଁ ଡିଟୱା

0

ଓଡ଼ିଆ ନ୍ୟୁଜ୍: ମାଡ଼ି ଆସୁଛି ବାତ୍ୟା। ସାମୁଦ୍ରିକ ବାତ୍ୟା ‘ଦିତ୍‌ୱାହ’ ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଏବେ ତାମିଲନାଡୁ ମୁହାଁ ହୋଇଛି। ନଭେମ୍ବର ୩୦ରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଶୁକ୍ରବାର ସକାଳେ ‘ଦିତ୍‌ୱାହ’ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଥିଲା। ବାତ୍ୟା ପ୍ରଭାବରେ ଗୁରୁବାରଠାରୁ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ପବନ ଲାଗି ରହିବାରୁ ଅନେକ ଅଞ୍ଚଳରେ ବନ୍ୟା ଆସି ଓ ଭୂସ୍କଳଖ ଘଟି ୫୬ ଜଣଙ୍କର ମୃତ୍ୟୁ ହୋଇଛି। ବାତ୍ୟା ଦିତ୍‌ୱାହ ଏବେ ଦକ୍ଷିଣ-ଦକ୍ଷିଣପୂର୍ବ ପୁଡୁଚେରୀଠାରୁ ୪୪୦ କିମି ଦୂର ଓ ଚେନ୍ନାଇର ଦକ୍ଷିଣରେ ୫୪୦ କିମି ଦୂରରେ ରହିଛି। ତାମିଲନାଡ଼ୁର ୪ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଏବଂ ୫ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

Leave A Reply

Your email address will not be published.