ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା

କଳା ତାଲିକାଭୁକ୍ତ ହେବେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ

0

ଓଡ଼ିଆ ନ୍ୟୁଜ୍: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ। କ୍ୟାମ୍ପସ୍‌ରେ ଛାତ୍ରୀଙ୍କ ହଙ୍ଗାମାକୁ ନେଇ ପ୍ରବଳ ଉତ୍ତେଜନା। ଡ୍ରାମା ବିଭାଗ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରୁ ଉତ୍ତେଜନା। ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ।ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ, ମେଡିକାଲ୍‌କୁ ସ୍ଥାନାନ୍ତର।ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

ସେପଟେ ଏହି ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ। ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ କଲେଜରୁ ବହିଷ୍କୃତ।କଲେଜରୁ ବହିଷ୍କାର ନେଇ ପ୍ରିନ୍ସିପାଲ ବିଜୟ ଜେନାଙ୍କ ସୂଚନା।କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ଅଧ୍ୟାପକ ଶତ୍ରୁଘ୍ନ ସାମଲ ଅଟକ।

କଳା ତାଲିକାଭୁକ୍ତ ହେବେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ।ସୂଚନା ଦେଲେ ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସ।‘ଯେପରି ଆଉ କୌଣସି କଲେଜରେ ପଢ଼ାଇ ନ ପାରିବେ ବ୍ୟବସ୍ଥା ହେବ’। ‘ପୋଲିସ ଅଧ୍ୟାପକଙ୍କୁ ହେପାଜତକୁ ନେଇଥିବାରୁ ପଚରାଉଚରା ହୋଇନି’।‘ପିଲାଙ୍କୁ ଅଭିଯୋଗ ନେଇ ପଚରାଉଚରା ହୋଇଛି, ବିଭାଗକୁ ରିପୋର୍ଟ ଦେବୁ’।

Leave A Reply

Your email address will not be published.