ଭାରତରେ ପୁଟିନ

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀରେ ପହଞ୍ଚିଲେ ରୁଷିଆ ରାଷ୍ଟ୍ରପତି ପୁଟିନ୍‌।ପାଲମ ବିମାନବନ୍ଦରରେ ଭବ୍ୟ ସ୍ବାଗତ।ପ୍ରୋଟୋକଲ୍‌ ଭାଙ୍ଗି ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଖୋଦ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗି ତାଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।

ଦିଲ୍ଲୀରେ ପହଞ୍ଚିବା ପରେ ରାତି ୮ଟାରେ ପୁଟିନଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ନୈଶ୍ୟଭୋଜି ପ୍ରଦାନ କରାଯିବ । ଏହା ପରେ ଆସନ୍ତା କାଲି ପୁଟିନ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଏହି ଅବସରରେ ବିଭିନ୍ନ ଦ୍ବିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବିଶେଷକରି ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ପ୍ରତିରକ୍ଷା ଚୁକ୍ତି ଉପରେ ବିଶ୍ବର ନଜର ରହିବ ।

Leave A Reply

Your email address will not be published.