ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ

0

ଓଡ଼ିଆ ନ୍ୟୁଜ୍: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଥାନାରେ ଏତଲା। କଟକ ମର୍କତ ନଗର ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ। ପୁଅକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କଲେ ହ୍ୟୁମାନଙ୍କ ମାଆ। ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରି ଥାନାରେ ଏତଲା। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ଏତଲାରେ ଉଲ୍ଲେଖ। ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି। ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ସଂପର୍କିତ ତଦନ୍ତ ଦାବି। ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦିଶ ମହାନ୍ତିଙ୍କ ଭୂମିକା ସନ୍ଦେହଜନକ ଉଲ୍ଲେଖ।ଏଥିସହ ଆଉ କିଛି ନିକଟ ସଂପର୍କୀୟଙ୍କ ନାଁ ମଧ୍ୟ ଏତଲାରେ ଉଲ୍ଲେଖ।ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ନାଁ ଉଲ୍ଲେଖ। ଅର୍ପିତା ଚୌଧୁରୀଙ୍କ ସଂପତ୍ତିକୁ ନେଇ ପ୍ରଶ୍ନ ଉଠାଇଲେ ହ୍ୟୁମାନଙ୍କ ମାଆ।

ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ହୋଇଥିଲା । ଯାହାପରେ କିଛି ଦିନ ଧରି ବାଦବିବାଦ ଲାଗିରହିଥିଲା । ଏପିରିକି ହ୍ୟୁମାନଙ୍କ ମ୍ୟାନେଜର ନାଁରେ ସାଙ୍ଗାତିକ ଅଭିଯୋଗ ଆଣିଥିଲେ ତାଙ୍କ ମାଆ । ପରେ ମାମଲାରେ ଅନେକ ସାଥୀ କଳାକାରଙ୍କ ନାଁ ମଧ୍ୟ ଆସିଥିଲା । ଇତିମଧ୍ୟରେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଏକ ମାସ ପୂରିଗଲାଣି । ଏବେ ପୁଣି ଥରେ ଏହି ମାମଲା ଚର୍ଚ୍ଚାକୁ ଆସିଛି । ଶନିବାର ବିଳମ୍ବିତ ରାତିରେ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ଏକ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ପୁଅ ହ୍ୟୁମାନଙ୍କୁ ଜାଣିଶୁଣି ମାରି ଦିଆଯାଇଛି । ତାର ମୃତ୍ୟୁ ହୋଇନାହିଁ । ତେଣୁ ଏହି ଘଟଣାର ପୁରା ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେହିପରି ହ୍ୟୁମାନଙ୍କ ଫୋନ୍‌ ଡିଟେଲ୍‌, କଟକ ସ୍ଥିତ ବାସଭବନର ସିସିଟିଭିକୁ ସବୁକୁ ଯାଞ୍ଚ କରିବାକୁ କହିଛନ୍ତି । ଏହାସହିତ ହ୍ୟୁମାନଙ୍କ ସହ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ନାଁରେ ମଧ୍ୟ ଏତଲା ଦେଇଛନ୍ତି ଶେଫାଳୀ ସୁନା ।

Leave A Reply

Your email address will not be published.