ଓଡ଼ିଆ ନ୍ୟୁଜ୍: ସମ୍ବିତଙ୍କୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ‘ସମ୍ବିତ ଯାହା କହିଛନ୍ତି ଠିକ୍ କହିଛନ୍ତି, ପାଣ୍ଡିଆନ୍ ଆମ ନେତା ନୁହଁନ୍ତି’। ଆମର ଜଣେ ନେତା ନବୀନ ପଟ୍ଟନାୟକ: ପ୍ରମିଳା ମଲ୍ଲିକ। ଦଳରେ ଗୋଷ୍ଠୀ କନ୍ଦଳ ନାହିଁ, ସମସ୍ତେ ଠିକ୍ ଓ ସଂଗଠିତ ଅଛନ୍ତି। ଭୋଜିଭାତକୁ ଗୋଷ୍ଠୀକନ୍ଦଳ କହିବା ଠିକ୍ ନୁହେଁ।
ଗତକାଲି ସମ୍ବିତ ରାଉତରାୟ କହିଥିଲେ ଯେ, ୨୦୨୬ରେ ବହୁତ କିଛି ହେବ। ନିର୍ବାଚନରେ ଅନେକ କିଛି ଘଟଣା ଘଟିଗଲା। ଦୂର ନେତାଙ୍କ ସହ ଦେଖା ହୋଇ ନ ଥିଲା, ସେଥିପାଇଁ ଭୋଜି। ଏହା କୌଣସି ମେଳି ନ ଥିଲା। ସରକାର ଥିବା ବେଳେ ପାଣ୍ଡିଆନ ଗୋଟିଏ ଫ୍ୟାକ୍ଟର ଥିଲା, ଜଣେ ଗୁଡ୍ ମ୍ୟାନେଜର। କିନ୍ତୁ ନେତା ହିସାବରେ ଆମେ ତାଙ୍କୁ କେବେ ମାନି ନାହୁଁ ବୋଲି ସମ୍ବିତ କହିଥିଲେ । ଆଜି ତାଙ୍କ ବୟାନକୁ ସମର୍ଥନ କରିଛନ୍ତି ପ୍ରମିଳା ମଲ୍ଲିକ ।