ଓଡ଼ିଆ ନ୍ୟୁଜ୍: କେନ୍ଦ୍ରାପଡ଼ା ସାତଭାୟା ବାଲ୍ୟ ବିବାହକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ରିପୋର୍ଟ ମଗାଯାଇଛି କହିଲେ ପ୍ରଭାତୀ ପରିଡ଼ା। ‘ରିପୋର୍ଟ ଆସିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ’।‘ଆମେ ଅପରାଧ ରୋକିବା, କିନ୍ତୁ ସମାଜର ସହଯୋଗ ଜରୁରୀ’। ଆଜି ଭୁବନେଶ୍ୱରଠାରେ ଆୟୋଜିତ ‘ଡାହାଣୀ ସନ୍ଦେହରେ ଅତ୍ୟାଚାର ଏବଂ ବାଲ୍ୟ ବିବାହ ରୋକିବା’ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ରିପୋର୍ଟ ହସ୍ତଗତ ହେବା ପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ବାଲ୍ୟ ବିବାହ ରୋକିବା ପାଇଁ ଅଙ୍ଗନବାଡ଼ି କର୍ମୀ, ଶିଶୁ ମଙ୍ଗଳ କମିଟି (CWC) ଏବଂ ଶିଶୁ କଲ୍ୟାଣ ସଂସ୍ଥାଗୁଡ଼ିକୁ ଅଧିକ ସକ୍ରିୟ କରାଯାଉଛି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ବାଲ୍ୟ ବିବାହ ଭଳି ସାମାଜିକ କୁସଂସ୍କାରକୁ ରୋକିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ତେବେ କେବଳ ସରକାରୀ ପ୍ରୟାସ ଯଥେଷ୍ଟ ନୁହେଁ, ଏହି ବ୍ୟାଧିକୁ ସମୂଳେ ନିପାତ କରିବା ପାଇଁ ସମାଜର ପ୍ରତ୍ୟେକ ବର୍ଗର ସହଯୋଗ ଏକାନ୍ତ ଆବଶ୍ୟକ।”