ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଆଜି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭିନ୍ନ ଜିଲ୍ଲାରେ କେମିତି ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା ତାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟାରେ ଧାନ ସଂଗ୍ରହକୁ ନେଇ ଲୋକସେବା ଭବନରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ ।ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମବାୟ ମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କ ସମତେ ଅନ୍ୟ ଅଧିକାରୀମାନେ ଏହି ବୈଠକରେ ହେବେ ସାମିଲ। ଧାନ କିଣାରେ ଚାଷୀଙ୍କୁ ଉପୁଜି ଥିବା ସମସ୍ୟା ଉପରେ ହେବ ବିଚାର ବିମର୍ଷ। ଗତକାଲି ଅନୁଷ୍ଠିତ ବୈଠକ ରିପୋର୍ଟ ନେବେ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.