ନୂଆ ଲୋକ ଆସିଲେ ବିଜେଡି ଭାଗ ହୋଇଯିବ: ଭୂପିନ୍ଦର ସିଂ

0

ଓଡ଼ିଆ ନ୍ୟୁଜ୍: ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ବଡ଼ ବୟାନ।’ନୂଆବର୍ଷରେ କାହାକୁ ସଭାପତି ଦାୟିତ୍ୱ ଦିଆଯିବ ନାହିଁ’। ‘ଦଳର ସଭାପତି ସ୍ପଷ୍ଟ କରି ସାରିଛନ୍ତି ସେ ହିଁ ଦାୟିତ୍ଵରେ ରହିବେ’।ଦଳର ସଭାପତି ସୁସ୍ଥ ଓ ସବଳ ଅଛନ୍ତି: ଭୂପିନ୍ଦର। କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି ଭାଗ ହେଇଯିବ’। ‘ଭବିଷ୍ୟତରେ ନବୀନଙ୍କୁ ଛାଡି ବିଜେଡ଼ି ରହିପାରିବ ନାହିଁ’। ‘ଯାହାଙ୍କୁ ଆଣିବାକୁ ପ୍ରୟାସ ହେଉଛି ତାଙ୍କ ପାଇଁ ଦଳର ବଡ଼ କ୍ଷତି ହୋଇଛି’।ଦଳକୁ ସମସ୍ତେ ଆସିପାରିବେ, ଯିଏ ଆସିବ ସେ ପ୍ରଥମେ କାମ କରିବେ।୩ ରୁ ୪ଜଣକୁ ନେଇ ଦଳ ପରିଚାଳନା ବନ୍ଦ ହେଉ।ଗୋଟିଏ ଟିମ୍‌ ଭାବେ କାମ କରୁ ଦଳ: ଭୂପିନ୍ଦର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଦଳରେ କୌଣସି ନୂଆ ଚେହେରାକୁ ନେତୃତ୍ୱକୁ ଆଣିବା ପାଇଁ ଏହା ଠିକ୍ ସମୟ ନୁହେଁ । ଦଳ ଭିତରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ନୂଆ ଲୋକଙ୍କୁ ଆଣିବାକୁ ଚେଷ୍ଟା କରୁଛନ୍ତି, ଯାହା ବିଷୟରେ ନବୀନ ପଟ୍ଟନାୟକ ଭଲ ଭାବେ ଅବଗତ ଅଛନ୍ତି। କିନ୍ତୁ ଏଭଳି ପ୍ରୟାସ ସଫଳ ହେବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.