ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇ ଗିରଫ

0

ଓଡ଼ିଆ ନ୍ୟୁଜ୍: ଗିରଫ ହେଲବ ରାଜସ୍ବ ସହାୟକ। ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।କାଲି ରେଡ୍‌ ବେଳେ ବାବୁଙ୍କ ୧୬ଟି ପ୍ଲଟ୍‌ ଠାବ କରିଥିଲା ଭିଜିଲାନ୍ସ। ବରଗଡ଼ ଓ ସମ୍ବଲପୁରରେ କୋଠାଘର ସହ ଗୋଟିଏ କାର୍ ଠାବ ହୋଇଥିଲା। ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ବ ସହାୟକ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବାସୁଦେବ ଭୋଇଙ୍କୁ ବାନ୍ଧିଲା ଭିଜିଲାନ୍ସ ।

ତାଙ୍କର ବରଗଡ଼ ସହରରେ ଏକ ବହୁତଳ କୋଠା, ସମ୍ବଲପୁର ସହରରେ ଗୋଟିଏ ବିଲଡିଂ ରହିଛି । ସେହିପରି ୧୬ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଥିଲା । ବାସୁଦେବ ଭୋିଙ୍କ ଗୋଟିଏ କାର ମଧ୍ୟ ରହିଛି । ତେବେ ଆୟଠୁ ଅଧିକ ସଂପତ୍ତି ଠୁଳ କରିବା ସଂପର୍କରେ ବାସୁଦେବ ଭୋଇ ଭିଜିଲାନସକୁ କୌଣସ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

 

Leave A Reply

Your email address will not be published.