ଏନ୍‌କାଉଣ୍ଟରରେ ଟଳିଲେ ଟପ୍ ମାଓନେତା ଗଣେଶଙ୍କ ସମେତ ୪ ନିହତ

0

ଓଡ଼ିଆ ନ୍ୟୁଜ୍: କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ।ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ନିହତ।ସେଣ୍ଟ୍ରାଲ କମିଟି ମେମ୍ବର ୬୯ ବର୍ଷୀୟ ଗଣେଶ ଉଇକେ ନିହତ।ଗଣେଶ ନାଁରେ ଥିଲା ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି।ତେଲେଙ୍ଗାନା ନାଲଗୋଣ୍ଡାର ଗଣେଶ ଓଡ଼ିଶାରେ ନେତୃତ୍ବ ନେଉଥିଲା।ଚକାପାଦ ଥାନା ଅଞ୍ଚଳରେ ଜଏଣ୍ଟ ଅପରେସନରେ ବଡ଼ ସଫଳତା। SOG, CRPF, BSF ଯବାନଙ୍କ ୨୩ଟି ଟିମ୍ ପକ୍ଷରୁ ମିଳିତ ଏନ୍‌କାଉଣ୍ଟର। ନିହତ ୪ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଓ ୨ ଜଣ ପୁରୁଷ।୨ଟି ଇନସାସ୍‌ ରାଇଫଲ୍ ସହ ଗୋଟିଏ ୩୦୩ ରାଇଫଲ୍ ଜବତ।

ସମସ୍ତେ ମାଓ ପୋଷାକରେ ଥିଲେ । ୩ ମାଓବାଦୀଙ୍କ ପରିଚୟ ଏଯାଏ ମିଳିନାହିଁ । ସେମାନଙ୍କ ପାଖରୁ ୨ଟି ଇନସାସ୍ ରାଇଫଲ୍ ଏବଂ ଗୋଟିଏ ୩୦୩ ରାଇଫଲ୍ ଜବତ ହୋଇଛି। ଆଜି ସକାଳୁ ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଗୁଇନ୍ଦା ସୂଚନା ଆଧାରରେ କନ୍ଧମାଳ ଜିଲ୍ଲାର ଚକାପାଦ ଥାନା ଅଞ୍ଚଳ ଏବଂ ଗଞ୍ଜାମର ରମ୍ଭା ଜଙ୍ଗଲ ସୀମାରେ ଏକ ବଡ଼ ଧରଣର ଯୁଗ୍ମ ଅପରେସନ୍ କରାଯାଇଥିଲା । ସମ୍ପୃକ୍ତ ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Leave A Reply

Your email address will not be published.