ହ୍ୟୁମାନ ମୃତ୍ୟୁ ମାମଲା; ଆଗୁଆ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅର୍ପିତା ଚୌଧୁରୀ

0

ଓଡ଼ିଆ ନ୍ୟୁଜ୍: ହ୍ୟୁମାନ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅର୍ପିତା ଚୌଧୁରୀ।ସୋମେଶ ଶତପଥୀଙ୍କ ସହ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।ସୋମେଶ, ଅର୍ପିତାଙ୍କ ସହ ୯ ଜଣଙ୍କ ନାଁରେ ଏତଲା କରିଛନ୍ତି ହ୍ୟୁମାନଙ୍କ ମା’।ଏତଲା ଆଧାରରେ ମାମଲା କରି ତଦନ୍ତ କରୁଛି ମର୍କତ ନଗର ପୋଲିସ।

ପୂର୍ବରୁ ଏହି ମାମଲାରେ ସୋମେଶ ଶତପଥୀଙ୍କ ସହ ମିଳିତ ଆଗୁଆ ଜାମିନ ଆବଦେନ କରିଥିଲେ ଅର୍ପିତା। ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ମମାଲା ରୁଜୁ କରିଥିଲେ ହ୍ୟୁମାନଙ୍କ ମାଆ ସେଫାଳି ସୁନା।ସେପଟେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ପୋଲିସ ତନାଘନା ଚଳାଇଛି। ଏମ୍ସ ମେଡିକାଲରୁ ହ୍ୟୁମାନଙ୍କ ଚିକିତ୍ସା ବାବଦ କିଛି ଦସ୍ତାବିଜ ପାଇଛି କମିଶନରେଟ ପୋଲିସ। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ରହସ୍ୟ ଘନେଇବାରେ ଲାଗିଥିଲା ବେଳେ ଏହି ମାମଲାରେ କଟକ କମିଶନରେଟ ପୋଲିସ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ କରିଛି ।

Leave A Reply

Your email address will not be published.