ପିକନିକ୍‌ ସ୍ପଟ୍‌ର ପ୍ରବେଶ ଓ ପ୍ରସ୍ଥାନ ଯାଞ୍ଚ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍: ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ବାଣିଜ୍ୟ ଓ ପରିବହନ ବିଭାଗ। ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରିବାକୁ ମାର୍ଗଦର୍ଶିକାରେ ଗୁରୁତ୍ବ।ମଦ୍ୟପାନଜନିତ ଦୁର୍ଘଟଣା ରୋକିବାକୁ ପର୍ଯ୍ୟଟକଙ୍କ ବ୍ରେଥ୍ ଆନାଲାଇଜର ଟେଷ୍ଟ।ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।ଓଭରଲୋଡିଂ, ଅସୁରକ୍ଷିତ ପରିବହନ, ଯାନର ବେଆଇନ୍ ବ୍ୟବହାର କଲେ ଆକ୍ସନ। ପ୍ରମୁଖ ବଣଭୋଜି ସ୍ଥଳରେ ମୁତୟନ ହେବେ ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍। ପିକନିକ୍‌ ସ୍ପଟ୍‌ର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ କରାଯିବ।ପିକନିକ୍ ବାହାରୁଥିବା ଗାଡ଼ିଗୁଡ଼ିକ RTOଙ୍କ ଠାରୁ ପରମିଟ୍ ନେବା ଆବଶ୍ୟକ। ପିକନିକ୍ ଯାଉଥିବା ଗାଡ଼ିରେ ସମସ୍ତ ଡକ୍ୟୁମେଣ୍ଟ ରହିବା ଜରୁରୀ।କୁହୁଡ଼ିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସଚେତନତା ଗ୍ରହଣ କରାଯିବ  ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି ।

ବଣଭୋଜି କରି ମଜା ନେଉଛନ୍ତି ଲୋକେ । ହେଲେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବଣଭୋଜି କରି ପ୍ରଦୂଷଣ କଲେ ଏହା ଉପରେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ନଜର ରଖିଥିବା ନେଇ କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଭୁବନେଶ୍ବରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବା ବେଳେ ସମସ୍ତେ ଏନେଇ ସତର୍କ ରହିବା ଆବଶ୍ୟକ । ବଣଭୋଜି ନାଁରେ ପ୍ରଦୂଷଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ।କେବଳ ଭୁବନେଶ୍ବର ନୁହେଁ ବରଂ ଅନୁଗୋଳ, ତାଳଚେର ଏବଂ ବାଲେଶ୍ବରରେ ମଧ୍ୟ ପ୍ରଦୂଷଣ ହାର ଅଧିକ ରହୁଛି । କାଠ ଜାଳି ଭୋଜି କରିବା ଦ୍ବାରା ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଏଭଳି ଆକ୍ସନ ନିଆଯିବା ନେଇ ନିଷ୍ପତ୍ତି ହୋଇଛି । ତେବେ ନିୟମକୁ କଡାକଡି ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.