ଓଡ଼ିଆ ନ୍ୟୁଜ୍: ସ୍ବିଜରଲାଣ୍ଡରେ ନୂଆ ବର୍ଷ ପାଳନ ବେଳେ ଅଗ୍ନିକାଣ୍ଡ; ୪୦ ମୃତ। କାର୍ଣ୍ଣସ ମୋଣ୍ଟାନାର ଏକ ରିସର୍ଟରେ ନୂଆ ବର୍ଷ ପାଳନ ବେଳେ ଅଘଟଣ।୧୦୦ରୁ ଉର୍ଦ୍ଧ୍ବ ଲୋକ ଅଗ୍ନିକାଣ୍ଡରେ ପୋଡ଼ିହୋଇ ଗୁରୁତର।ଏହା ଆତଙ୍କୀ କାର୍ଯ୍ୟ ନୁହେଁ, ଅଗ୍ନିକାଣ୍ଡ କହିଲା ପୋଲିସ। ସ୍ୱିସ ପୋଲିସର କହିବାନୁସାରେ,ସ୍ୱିଜରଲ୍ୟାଣ୍ଡର କ୍ରାନ୍ସ ମୋଣ୍ଟାନାରେ ଆଲପାଇନ୍ ସ୍କାଏ ରିସୋର୍ଟ ରହିଛି। ଏହାକୁ ସହରର ସବୁଠୁ ବିଳାସପୂର୍ଣ୍ଣ ରିସୋର୍ଟ କୁହାଯାଏ । ବୁଧବାର ମଧ୍ୟରାତ୍ରୀ ଅର୍ଥାତ ଡିସେମ୍ବର ୩୧ ତାରିଖ ରାତିରେ ଏଠାରେ ନ୍ୟୁ ଇୟର ସେଲିବ୍ରେସନ ପାର୍ଟି ହେଉଥିଲା । ଶତାଧିକ ଲୋକ ନୂଆ ବର୍ଷ ସେଲିବ୍ରେସନ ପାଇଁ ଏଠାରେ ଏକତ୍ରିତ ହୋଇଥିଲେ। ହଠାତ କୌଣସି କାରଣରୁ ଭୟଙ୍କର ବିସ୍ପୋରଣ ହୋଇଥିଲା। ତେବେ କେଉଁ କାରଣରୁ ଏହି ବିସ୍ପୋରଣ ହେଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ଏନେଇ ପୋଲିସ ମୁଖପାତ୍ର ଗାଏତାନ ଲାଥିଅନ ଏଏଫପିକୁ କହିଛନ୍ତି“ଏହି ବିସ୍ଫୋରଣ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏଥିରେ ଅନେକ ଆହତ ଏବଂ ଅନେକ ମୃତ ହୋଇଛନ୍ତି।”ପୋଲିସ କହିଛି ଯେ ପ୍ରଭାବିତ ପରିବାର ପାଇଁ ଏକ ହେଲ୍ପଲାଇନ୍ ସ୍ଥାପନ କରାଯାଇଛି। କ୍ରାନ୍ସ-ମୋଣ୍ଟାନା ଉପରେ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି।