ଓଡ଼ିଆ ନ୍ୟୁଜ୍: ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଦେଓରଞ୍ଜନ ସିଂ। ଗତକାଲି ବରିଷ୍ଠ IAS ସ୍ତରରେ ଅଦଳବଦଳ ହୋଇଥିଲା। ମୁଖ୍ୟ ଶାସନ ସଚିବ ଭାବରେ ଅନୁ ଗର୍ଗ ଦାୟିତ୍ଵ ନେବା ପରେ ରାଜ୍ୟ ସରକାର ଉନ୍ନୟନ କମିଶନର ଭାବରେ ଦେଓରଞ୍ଜନ ସିଂହଙ୍କୁ ଦାୟିତ୍ଵ ଦେଇଥିଲେ । ଦେଓରଞ୍ଜନ ସିଂହ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱରେ ରହିବେ ।
ଦାୟିତ୍ୱ ନେବା ପରେ ଦେଓରଞ୍ଜନ ସିଂହ କହିଛନ୍ତି, ମୋ ଉପରେ ବିଶ୍ଵାସ ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଓଡ଼ିଶା ବିକାଶର ଏବେ ନୂଆ ଅଧ୍ୟାୟ ଲେଖାଯାଉଛି । ୨୦୩୬ ସୁଦ୍ଧା ଓଡ଼ିଶା ସମୃଦ୍ଧ ହେବ । ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ବିକଶିତ ଓଡ଼ିଶା ୨୦୩୬ ଗଠନ ପାଇଁ ଆମେମାନେ କାମ କରିବୁ । ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହାକୁ ସୁରୁଖୁରୁରେ ପାଳନ କରିବାକୁ ଚେଷ୍ଟା କରିବୁ । ଅନେକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାମ କରିବାର ଅଭିଜ୍ଞତା ରହିଛି । ତେଣୁ ଜିଲ୍ଲା ସ୍ତରର ସମସ୍ୟା ବିଷୟରେ ଅବଗତ ଅଛି ବୋଲି ସେ କହିଛନ୍ତି ।