ଓଡ଼ିଆ ନ୍ୟୁଜ୍: ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି; ସାମିଲ ହେଲା OAS, ORS। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସାମିଲ ହେଲା OAS, ORS। ୧୪ OAS ଓ ୧୧୩ଟି ORS ପଦବୀକୁ ସାମିଲ କରି ସାନି ବିଜ୍ଞପ୍ତି। ଓଡ଼ିଶା ପରିବହନ ସେବା (OTS)ରେ ୧୬ଟି ପଦବୀ ସାମିଲ୍। ଓଡିଶା ମଙ୍ଗଳ ସେବା (OWS)ରେ ୮ଟି ପଦବୀ ସାମିଲ୍ ନିର୍ଦ୍ଦେଶ। ସମୁଦାୟ ୧୫୧ଟି ଅଧିକ ପଦବୀ ପୂରଣ ପାଇଁ କୁହାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ଜାଣିବା ପରେ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଏହିସବୁ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ଫଳରେ ଓଡ଼ିଶା ପ୍ରଶାସନିକ ସେବା (OAS)ରେ ୧୪ଟି, ଓଡ଼ିଶା ରାଜସ୍ବ ସେବା (ORS)ରେ ୧୧୩ଟି, ଓଡ଼ିଶା ପରିବହନ ସେବା (OTS)ରେ ୧୬ଟି ଓ ଓଡ଼ିଶା ମଙ୍ଗଳ ସେବା (OWS)ରେ ୮ଟି ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି । ସମୁଦାୟ ୧୫୧ଟି ଅଧିକ ପଦବୀ ପାଇଁ ଅନୁରୋଧ କରାଯାଇଛି ।
ଏହାଦ୍ବାରା ଏହିସବୁ ପଦବୀ ପାଇଁ ଆଶାୟୀ ଥିବା ଅନେକ ଯୁବକ ଯୁବତୀ ପରୀକ୍ଷା ଦେଇ ନିଜ ଯୋଗ୍ୟତା ବଳରେ ସଫଳତା ହାସଲ କରି ପାରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଆରୋପ କରୁଛନ୍ତି ଏବଂ ଗତ ୧୮ ମାସରେ ପ୍ରାୟ ୪୦ ହଜାର ସରକାରୀ ପଦବୀ ପୂରଣ ହୋଇସାରିଛି ।