ପୀତବାସ ହତ୍ୟାକାଣ୍ଡ; ଚାର୍ଜସିଟ୍ ଦାଖଲ

0

ଓଡ଼ିଆ ନ୍ୟୁଜ୍: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ଚାର୍ଜସିଟ୍ ଦାଖଲ। ବ୍ରହ୍ମପୁର କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲା ପୋଲିସ।ପ୍ରାୟ ୩୦ ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ। ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୬ ଜଣ ଗିରଫ ହୋଇଛନ୍ତି। ଦୁଇଟି ଗାଡ଼ିରେ ପୋଲିସ କୋର୍ଟରେ ପହଞ୍ଚି ଚାର୍ଜସିଟ୍ ଦାଖଲ କରିଛି। ଡିସେମ୍ବର ୯ ତାରିଖରେ ମାମଲାର ସିଡି ତଥା କେସ୍ ଡାଏରୀ ଦାଖଲ କରିଥିଲା ପୋଲିସ । ଏହି ମାମଲାରେ ପୋଲିସ ପର୍ଯ୍ୟାୟ କ୍ରମେ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ, କର୍ପୋରେଟର ମଳୟ ବିଷୋୟୀ, ବିକ୍ରମଙ୍କ ସହଯୋଗୀ ମଦନ ଦଳେଇ।

ମାମଲାରେ ଜାମିନ ପାଇଁ ବିକ୍ରମ ପଣ୍ଡା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଗତ ଅକ୍ଟୋବର ୬ ତାରିଖ ରାତିରେ ବୈକୁଣ୍ଠନଗର ସାହି ଛକରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରିଥିଲେ। ଅକ୍ଟୋବର ୨୦ ତାରିଖରେ ବିକ୍ରମ ପଣ୍ଡା, ଶିବ ଶଙ୍କର ଦାସ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ।ଆଜି ଚାର୍ଜସିଟ ଦାଖଲ କରିବା ପରେ ଆଗକୁ ତଦନ୍ତ ତ୍ଵରାନ୍ଵିତ ହେବା ଆଶା ରଖିଛନ୍ତି ଆଇନଜୀବୀ।

Leave A Reply

Your email address will not be published.