ଓଡ଼ିଆ ନ୍ୟୁଜ୍: ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି। ପ୍ରମିଳାଙ୍କ ସରକାରୀ ବାସଭବନରେ ଏକାଠି ହେଲେ ବିଜେଡି ନେତା। ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଉପସ୍ଥିତ। ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପ୍ରଣବ ବଳବନ୍ତରାୟ ଉପସ୍ଥିତ। ବୈଠକରେ ଯାଜପୁର ସଂଗଠନ ନେଇ ହେଉଛି ଆଲୋଚନା। ବୈଠକରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କ ସହିତ ରାଜ ନାରାୟଣ ମହାପାତ୍ର, ସୁଜାତା ସାହୁ, ଶର୍ମିଷ୍ଠା ସେଠୀ ଏବଂ ବିଶ୍ୱ ମଲ୍ଲିକଙ୍କ ଭଳି ନେତା ସାମିଲ ହୋଇଛନ୍ତି । ତେବେ ଏକାଧିକ ବିଜେଡି ନେତାଙ୍କ ଏହି ବୈଠକ ସୌଜନ୍ୟମୂଳକ ନା ଏହା ପଛରେ ଅନ୍ୟ କିଛି ଗୁମର ଲୁଚିଛି, ସେନେଇ କୌଣସି ବି ସୂଚନା ମିଳିପାରିନି ।
ତେବେ କିଛି ଦିନ ତଳେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ନେତା ବୈଠକ କରିବାକୁ ଚାହିଁଲେ ଦଳର କାର୍ଯ୍ୟାଳୟ ଶଙ୍ଖ ଭବନରେ ଏକାଠି ହୁଅନ୍ତୁ ଆଉ ସେହି ଜାଗାରେ ହିଁ ବୈଠକ କରନ୍ତୁ । ହେଲେ ତା ପରେ ମଧ୍ୟ ଦଳର ଏକାଧିକ ନେତା ଶଙ୍ଖ ଭବନ ବାହାରେ ମିଟିଂ କରୁଥିବା ନଜର ଆସିଛନ୍ତି । ଏହି କ୍ରମରେ ପ୍ରମିଳାଙ୍କ ଘରେ ବବି ଦାସଙ୍କ ସହିତ ଯାଜପୁର ବିଜେଡି ନେତା କାହିଁକି ଏକାଠି ହୋଇଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ?