ଓଡ଼ିଆ ନ୍ୟୁଜ୍: ବାଂଲାଦେଶରେ IPL ପ୍ରସାରଣ ଉପରେ ଲାଗିଲା ବ୍ୟାନ୍।ବ୍ୟାନ୍ ଲଗାଇଲେ ବାଂଲାଦେଶର ୟୁନୁସ୍ ସରକାର।ମୁସ୍ତାଫିଜୁରଙ୍କୁ KKR ବାଦ୍ ଦେବାରୁ IPLବ୍ୟାନ୍। ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲ୍ରୁ ବହିଷ୍କାର କରାଯିବା ମାମଲା ଜଟିଳ ହେବାରେ ଲାଗିଛି। ପ୍ରଥମେ ବାଂଲାଦେଶ ଭାରତରେ ହେଉଥିବା ଟି-୨୦ ବିଶ୍ଵକପ୍ ବହିଷ୍କାର କରିବାକୁ ଧମକ ଦେଇଛି। ନିଜ ଦଳକୁ ଭାରତ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଏବେ ଆଇପିଏଲକୁ ନେଇ ବାଂଲାଦେଶ ବଡ଼ ପଦକ୍ଷେପ ଉଠାଇପାରେ। ଟି- ସ୍ପୋର୍ଟ୍ସ ପାଖରେ ୨୦୨୭ ପର୍ଯ୍ୟନ୍ତ ବାଂଲାଦେଶରେ ଆଇପିଏଲର ପ୍ରସାରଣ ଅଧିକାର ରହିଛି। ୨୦୨୩ରେ ଏହି ଚୁକ୍ତିନାମା ଭାୟକମ ୧୮ ସହିତ କରାଯାଇଥିଲା। ଏବେ ଏହା ଉପରେ ରୋକ୍ ଲଗାଇବାକୁ ପ୍ରସ୍ତୁତି ଚାଲିଛି।
ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବିଦା କରିବା ପରେ ବର୍ତ୍ତମାନ ଏହି ପରିସ୍ଥିତି ଉପୁଜିଛି। ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) କୋଲକାତା ନାଇଟ୍ ରାଇଡର୍ସ(କେକେଆର)କୁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲା।