ଓଡ଼ିଆ ନ୍ୟୁଜ୍: ଖୁବଶୀଘ୍ର ଦେବ୍ରୀଗଡ଼କୁ ଆସିବେ ୨ଟି ନୂଆ ବାଘ। ନିକଟ ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ଅଛି। ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ। ମାତ୍ର ଡେବ୍ରିଗଡ଼ରେ ବ୍ୟାଘ୍ର ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର। ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର, ସେମାନଙ୍କ ସହ ଆଲୋଚନା କରୁଛୁ। ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା।ମାତ୍ର ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ।ବଂଶବୃଦ୍ଧି ନେଇ ଭାଗ୍ୟ ସାଥ ଦେଇନି, ମାତ୍ର ପ୍ରୟାସ ଜାରି ରହିଛି।ଜିପିଏସ ଟ୍ରାକିଂ କରାଯାଉଛି, କ୍ୟାମେରାରେ ମନିଟରିଙ୍ଗ ଜାରି ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ସମସ୍ୟା ଶୁଣାଣି ସମୟରେ ମନ୍ତ୍ରୀ କହିଛନ୍ତି ଯେ, ବାଘ ସ୍ଥାନାନ୍ତର ପ୍ରକ୍ରିୟା ପାଇଁ ରାଜ୍ୟ ସରକାର ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଲୋଡ଼ାଯାଉଛି ଏବଂ ସେମାନଙ୍କ ସହ ଆଲୋଚନା ମଧ୍ୟ ଜାରି ରହିଛି।ବାଘ ବଂଶ ବୃଦ୍ଧି କ୍ଷେତ୍ରରେ ପୂର୍ବ ପ୍ରଚେଷ୍ଟା ବିଷୟରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ମୟୂରଭଞ୍ଜର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ‘ଯମୁନା’ ଓ ‘ଜିନତ’ ନାମକ ଦୁଇଟି ବାଘ ଅଣାଯାଇଥିଲା।