ଓଡ଼ିଆ ନ୍ୟୁଜ୍: ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍; ୨ ମୃତ। ଜରଡ଼ା ଥାନା ତମ୍ବାପୁର-ମନ୍ଦରଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଆଉ ଜଣେ ବାଇକ୍ ଆରୋହୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି।ଖବର ଅନୁସାରେ, ତିତିଗାଁ ଗ୍ରାମର କେଦାର ନାଇକ (୧୮)ଗାଡି ଚଳାଉଥିବା ବେଳେ ବନମାଳୀ ଗ୍ରାମର ରଞ୍ଜନ ନାଇକ(୨୬) ଓ ବାଡ଼ିତୋଳା ଗ୍ରାମର ରାହୁଲ୍ ନାଇକ (୨୬)ପଛରେ ବସିଥିଲେ । ହେଲେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ହୋଇଥିଲା। ଦମକଳ ଗାଡ଼ି ଯୋଗେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ଆହତମାନଙ୍କୁ ଅଣା ଯାଇଥିବା ବେଳେ ଡ଼ାକ୍ତର କେଦାର ଓ ରାହୁଲଙ୍କୁ ମୃତ ଘୋଷଣା କରିଛନ୍ତି ।
ଆହତ ରଞ୍ଜନ ନାଇକଙ୍କୁ( ୨୬) ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ପାତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଆଇଆଇସି ଟୁନା ସାସମଲ, ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା, ବିଡିଓ ଲକ୍ଷ୍ମଣ ଚରଣ ସୋରେନ ପହଞ୍ଚି ତଦନ୍ତ କରିଥିଲେ । କେସ ନଂ ୩/୨୬ ରେ ମାମଲା ରୁଜୁ ହୋଇ ମୃତକମାନଙ୍କ ଶବ ବ୍ୟବଛେଦ କରିବା ପାଇଁ ବ୍ରହ୍ମପୁର ପଠାଇବା ବ୍ୟବସ୍ଥା କରାଯାଇଛି ବୋଲି ଆଇଆଇସି କହିଛନ୍ତି ।