ଲୁଟ୍ କରି କ୍ୟାବ୍ ଡ୍ରାଇଭର୍ ଗିରଫ

0

ଓଡ଼ିଆ ନ୍ୟୁଜ୍: ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍‌ ଡ୍ରାଇଭର।କ୍ୟାବ୍ ଡ୍ରାଇଭରକୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ୍।ଲୁଟ୍ ହୋଇଥିବା ୨୦ ଲକ୍ଷ ଟଙ୍କାର ହୀରା, ସୁନା ଓ ବିଦେଶୀ ମୁଦ୍ରା ଜବତ। କଟକ ସିଡିଏକୁ କ୍ୟାବ୍‌ ବୁକ୍‌ କରି ଯିବା ବେଳେ ଲୁଟ୍‌ର ଶିକାର।ପେଟ୍ରୋଲ ପମ୍ପ୍‌ରେ ସିଏନ୍‌ଜି ପକାଇବାକୁ କହି କ୍ୟାବ୍‌ରୁ ଓହ୍ଲାଇ ଦେଇଥିଲେ।ଏହି ସୁଯୋଗରେ କ୍ୟାବ୍‌ ସହ ସବୁ ଅଳଙ୍କାର ଧରି ଚମ୍ପଟ୍‌ ମାରିଥିଲେ।ସୂଚନା ପାଇଁ ୮ ଘଣ୍ଟା ଭିତରେ ଧରିଲା ପୋଲିସ, ପୂର୍ବରୁ ବି ରହିଛି ୪ ମାମଲା।

ଗତକାଲି ବ୍ୟାଙ୍କକରୁ ଭାୟା ଗୋଆ ଦେଇ ଭୁବନେଶ୍ୱର ଫେରିଥିଲେ ଅମନ ଅଗ୍ରୱାଲ । ଅନଲାଇନ କ୍ୟାବ ବୁକ୍ କରି ଭୁବନେଶ୍ବର ବିମାନବନ୍ଦରରୁ ଧରିଥିଲେ କ୍ୟାବ । ବାଟରେ ଅମନଙ୍କ ଫୋନ ଯୋଗେ କଥା ହେଉଥିବା ଶୁଣି ଲୁଟ୍ ପାଇଁ ଚକ୍ରାନ୍ତ କରିଥିଲା ଅଭିଯୁକ୍ତ । ଏନେଇ ଚନ୍ଦ୍ରଶେଖର ଦେଇ ଯିବା ବାଟରେ ଅଟକାଇ ଥିଲା ଗାଡ଼ି । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପାଖରେ ସିଏନଜି ଭରିବା ଆଳ ଦେଖାଇ ଗାଡିରୁ ଯାତ୍ରୀକୁ ଓହ୍ଲାଇ ଦେଇଥିଲା । ପରେ ଦ୍ରୁତ ବେଗରେ ଗାଡିରେ ଥିବା ବ୍ୟାଗ ନେଇ ଚମ୍ପଟ ମାରିଥିଲା । ଯେଉଁ ବ୍ୟାଗ ଭିତରେ ଥିଲା ହୀରା ମୁଦି ସହ ବିଦେଶ ଟଙ୍କା ପାସପୋର୍ଟ ଭରି ଭାରତୀୟଟଙ୍କା । ଏନେଇ ଚନ୍ଦ୍ରଶେଖର ପୁର ଥାନାରେ ଅଭିଯୋଗକାରୀଙ୍କ ଅଭିଯୋଗ ପରେ ଆଠ ଘଣ୍ଟା ମଧ୍ୟରେ ଧୃତ କ୍ୟାବ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ ।

Leave A Reply

Your email address will not be published.