ରାଉରକେଲା ଦେଶର ଚତୁର୍ଥ ଥଣ୍ଡା ସହର

0

ଓଡ଼ିଆ ନ୍ୟୁଜ୍: ଅସହ୍ୟ ଜାଡ଼ରେ ଥରୁଛି ରାଉରକେଲା ସହର। ୩.୬ ଡିଗ୍ରୀ ସହ ରାଉରକେଲା ଦେଶର ଚତୁର୍ଥ ଥଣ୍ଡା ସହର।୨.୫ ଡିଗ୍ରୀ ସହ ଉତ୍ତରାଖଣ୍ଡର ପନ୍ଥନଗର ସବୁଠୁ ଥଣ୍ଡା ସହର। ୩.୨ ଡିଗ୍ରୀ ସହ ଝାଡ଼ଖଣ୍ଡର ଡାଲଟନଗଞ୍ଜ ଦ୍ବିତୀୟ ଥଣ୍ଡା ସହର।ଆହୁରି ୨ ଦିନ ଲାଗି ରହିବ ଥଣ୍ଡାର ଥାର୍ଡ ଡିଗ୍ରି। ରାଜ୍ୟର ଅଧିକାଂଶ ଭାଗର ରାତି ତାପମାତ୍ର ୧୦ ଡିଗ୍ରି ତଳକୁ ଖସିଛି। ୨୫ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହୁଛି। ଏଥିସହିତ ରାଜ୍ୟର ବିଭିନ୍ନ ଭାଗରେ ତୁଷାରପାତ ହୋଇଥିବା ବେଳେ ଶିମିଳିପାଳ ଏବଂ କନ୍ଧମାଳରେ ତାପମାତ୍ର ଶୂନ ଡିଗ୍ରି ତଳକୁ ଖସିଯାଇଛି। ଶିମିଳିପାଳରେ ପାରଦ ମାଇନସ୍୧° ଡିଗ୍ରୀକୁ ଖସିଲା ପାରଦ ।

ପ୍ରଚଣ୍ଡ ଥଣ୍ଟାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଛନ୍ତି। କରଞ୍ଜିଆ ଓ ଶିମିଳିପାଳରେ ତୁଷାର ପାତ ହୋଇଛି ।ଜି ଉଦୟଗିରି ର ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଥିବାର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପିଲା ଠାରୁ ବୟସ୍କ ନିଆଁ ଲଗାଇ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପ୍ରୟାସ କରୁଛନ୍ତି। ଦୀର୍ଘ ଦେଢ଼ ମାସେ ହେଲାଣି କନ୍ଧମାଳର ବହୁ ଭାଗରେ ତାପମାତ୍ରା ପାଖାପାଖି ୫ ଡିଗ୍ରୀ ରହିଛି। ସୁନ୍ଦରଗଡରେ ଜିଲ୍ଲାର କୋଇଡା ଓ ଟେନେସାରେ ତୁଷାର ପାତ ସହ ପ୍ରବଳ ଶୀତ ହେଉଛି ।

Leave A Reply

Your email address will not be published.