ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ, ଟସ୍‌ ଜିତି କରିବ ବୋଲିଂ

0

ଓଡ଼ିଆ ନ୍ୟୁଜ୍: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ।ଭଦୋଦରାରେ ଟସ୍‌ ଜିତି ବୋଲିଂ କରିବାକୁ ଭାରତର ନିଷ୍ପତ୍ତି। ୩ ପେସର ଓ ୩ ସ୍ପିନର ଭାରତୀୟ ଏକାଦଶରେ ସାମିଲ୍‌।ସିରାଜ, ହର୍ଷିତ, ପ୍ରସିଦ୍ଧଙ୍କ ସହ ଜାଡେଜା, ୱାଶିଂଟନ, କୁଲଦୀପ ସାମିଲ। ଫ୍ୟାନ୍ସଙ୍କ ନଜର ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ରହିବ। ଉଭୟ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ଦମଦାର୍ ପ୍ରଦର୍ଶନ କରିଥିଲେ। କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ଆଡକୁ ଅଗ୍ରସର ହେଉଛନ୍ତି। ତେଣୁ ସେ ଏହି ସିରିଜରେ ଶତକ ହାସଲ କରିବେ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି।

କିଙ୍ଗ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ମ୍ୟାଚରେ ଦୁଇଟି ଶତକ ହାସଲ କରିଥିଲେ। ଏହାସହ ଗୋଟିଏ ଅର୍ଦ୍ଧଶତକ ତାଙ୍କ ବ୍ୟାଟରୁ ବାହାରିଥିଲା । ସେହିପରି ରୋହିତ ଶର୍ମା ମଧ୍ୟ ଦମଦାର ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ। ବିଜୟ ହଜାରେ ଟ୍ରଫିରେ ଦୁଇ ବ୍ୟାଟର ରନ୍ ବର୍ଷା କରିଥିଲେ ।ଅନେକ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ମାଇକେଲ୍ ବ୍ରେସୱେଲ୍ ନ୍ୟୁଜିଲାଣ୍ଡ ଦଳର ନେତୃତ୍ଵ ନେବେ। ନିୟମିତ ଅଧିନାୟକ ମିଚେଲ ସାଣ୍ଟନର ଗ୍ରୋଇନ୍ ଆଘାତ ଯୋଗୁଁ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି।

Leave A Reply

Your email address will not be published.