ରାଜ୍ୟରୁ କମିବ ଥଣ୍ଡା!

0

ଓଡ଼ିଆ ନ୍ୟୁଜ୍: ରାଜ୍ୟର ଅଧିକାଂଶ ସ୍ଥାନରେ ବଢିଛି ପାରଦ, କମିଲା ଥଣ୍ଡା । ମେଘାଚ୍ଛନ୍ନ ଆକାଶ ପାଇଁ ବଢିଛି ରାତି ତାପମାତ୍ରା । ଅଧିକାଂଶ ସ୍ଥାନରେ ୫ରୁ ୭ ଡିଗ୍ରୀ ଯାଏଁ ବଢିଛି ପାରଦ । ଫଳରେ ଲୋକେ ଥଣ୍ଡାରୁ ତ୍ରାହି ପାଇଛନ୍ତି । ଗତ କିଛି ଦିନ ହେବ ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ହୋଇଥିଲା ଜନଜୀବନ । ସେପଟେ ସାରା ଓଡ଼ିଶାରେ ଥଣ୍ଡା କମିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବ । ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ପାରଦ । ଅର୍ଥାତ ଥଣ୍ଡାର ଭୟାନକ ପ୍ରକୋପରୁ ସାମୟିକ ଆଶ୍ୱସ୍ତି ମିଳିବ । ମାତ୍ର ଦୁଇଦିନ ପରେ ଆକାଶ ପୁଣି ମେଘମୁକ୍ତ ହେବା ସହ ବଢ଼ିବ ଥଣ୍ଡାର ପ୍ରକୋପ । କିଛି ଦିନ ଥରାଇବ । ହେଲେ ୧୮ରୁ କ୍ରମଶଃ ରାତି ତାପମାତ୍ରା ବଢ଼ିବାକୁ ଲାଗିବ । ଏଭଳି ପୂର୍ବାନୁମାନ ଦେଖାଇଛନ୍ତି ପାଣିପାଗ ବିଶେଷଜ୍ଞ ।

ଶନିବାର ସନ୍ଧ୍ୟା ପରଠାରୁ ଶୀତ ପ୍ରକୋପ କିଛି ମାତ୍ରାରେ କମିଛି । ସନ୍ଧ୍ୟା ସାଢ଼େ ୮ଟାବେଳେ ଭୁବନେଶ୍ୱର ତାପମାତ୍ରା ୨୦.୪ ଡିଗ୍ରୀ ସେଲସିୟସ୍ ଥିଲା । ଶୁକ୍ରବାର ଏହି ସମୟରେ ପାରଦ ୧୪.୪ ଡିଗ୍ରୀ ଥିଲା । ଅର୍ଥାତ୍ ଶୁକ୍ରବାରଠାରୁ ୬ ଡିଗ୍ରୀ ଅଧିକ ଥିଲା ତାପମାତ୍ରା ।

Leave A Reply

Your email address will not be published.