ସୋମନାଥ ମନ୍ଦିର ବୀରତ୍ୱର ସାକ୍ଷୀ : ପ୍ରଧାନମନ୍ତ୍ରୀ ମୋଦି

0

ଓଡ଼ିଆ ନ୍ୟୁଜ୍: ସୋମନାଥ ମନ୍ଦିର ଶୌର୍ଯ୍ୟ ଯାତ୍ରାରେ ସାମିଲ୍‌ ହେଲେ PM ମୋଦି।ପାରମ୍ପରିକ ନୃତ୍ୟ, ବାଦ୍ୟ ଓ ଗୀତରେ ପ୍ରକମ୍ପିତ ପରିବେଶ।ଶୌର୍ଯ୍ୟ ଯାତ୍ରାରେ ସାମିଲ୍ ହୋଇଛନ୍ତି ୧୦୮ ଘୋଡ଼ା।ପବିତ୍ର ଜ୍ୟୋର୍ତିଲିଙ୍ଗରେ ଜଳାଭିଷେକ କଲେ ପ୍ରଧାନମନ୍ତ୍ରୀ।ଜନସଭାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ।ସୋମନାଥ ମନ୍ଦିରର ଇତିହାସକୁ ମନେ ପକାଇଲେ ମୋଦି।ସୋମନାଥ ମନ୍ଦିର ବୀରତ୍ୱର ସାକ୍ଷୀ -ମୋଦି।ମନ୍ଦିରର ପାଇଁ ପ୍ରାଣ ଆହୂତି ଦେଇଥିବା ଯୋଦ୍ଧାଙ୍କୁ ମନେ ପକାଇଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସୋମନାଥ ମନ୍ଦିରର ସେବାରେ ସେ ସାମିଲ ହୋଇଥିବାରୁ ଭାଗ୍ୟବାନ ମନେ କରୁଛନ୍ତି । ଆଜି ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ସ୍ୱାଭିମାନ ପର୍ବରେ ସାମିଲ ହୋଇଛନ୍ତି । ଏଠାକାର ବାତାବରଣ ଖୁବ୍ ଅଦ୍ଭୁତ । ଏହାକୁ ଆୟୋଜନ କରାଯାଇଥିବାରୁ ଗର୍ବ ଅନୁଭବ ହେଉଛି । ଏଠାରେ୭୨ଘଣ୍ଟା ଧରି ମନ୍ତ୍ରୋଚାରଣ କରାଯାଇଥିଲା । ଯାହା ପରିବେଶକୁ ଆଧ୍ୟାତ୍ମିକ କରିଛି । ଏଠାରେ ଯେଉଁ ଅନୁଭବ ମିଳୁଛି ତାକୁ ଶବ୍ଦରେ ବୟାନ କରାଯାଇ ପାରିବ ନାହିଁ ।

ସେ ଆହୁରି କହିଛନ୍ତି ଯେ,୧୦୨୬ଖ୍ରୀଷ୍ଟାବ୍ଦରେ ମହମ୍ମଦ ଗଜନୀ ସୋମନାଥ ମନ୍ଦିରକୁ ଲୁଟିବାକୁ ଆସିଥିଲେ । ଏବେ୧୦୦୦ବର୍ଷ ପୂରଣ ହୋଇଛି ।୧୦୦୦ବର୍ଷ ପୂର୍ବରୁ ଏଠାକାର ମାହୋଲଭିନ୍ନ ଥିଲା । ଅନେକ ବ୍ୟକ୍ତି ମନ୍ଦିରର ସୁରକ୍ଷା ପାଇଁ ନିଜ ଜୀବନ ଦେଇଛନ୍ତି । ମହାଦେବଙ୍କୁ ରକ୍ଷା କରିଛନ୍ତି । ହଜାର ବର୍ଷ ପରେ ବି ମନ୍ଦିର ଉପରେ ଧ୍ୱଜ ଉଡୁଛି । ଏହା ହିନ୍ଦୁସ୍ଥାନର ଶକ୍ତିକୁ ପ୍ରମାଣିତ କରୁଛି ।

Leave A Reply

Your email address will not be published.