ଓଡ଼ିଆ ନ୍ୟୁଜ୍: ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ। ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ୪୫୧.୨୪ କୋଟି ଟଙ୍କା ବ୍ୟୟରେ ହେବ ବୃହତ ୱାଟର ସପ୍ଲାଏ ପ୍ରକଳ୍ପ। ସମ୍ବଲପୁର ସହର ସାରା ବିଛାଯିବ ୩୪୦ କି.ମି. ଦୀର୍ଘ ପାଣି ପାଇପ୍ଲାଇନ୍।ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଦିନକୁ ୧୦୦ ମିଲିଅନ୍ ଲିଟର ପାନୀୟ ଜଳ ପହଞ୍ଚିବ।ଅଞ୍ଚଳବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ: ମୁଖ୍ୟମନ୍ତ୍ରୀ।ସହରର ୪୧ଟି ୱାର୍ଡର ପ୍ରାୟ ୫ ଲକ୍ଷ ଜନସାଧାରଣ ଉପକୃତ ହେବେ।
ସୂଚନାଯୋଗ୍ୟ ଏହି ପ୍ରକଳ୍ପ ଅଧୀନରେ ସମ୍ବଲପୁର ସହର ମଧ୍ୟରେ ପ୍ରାୟ ୩୪୦ କିଲୋମିଟର ଦୀର୍ଘ ପାଣି ପାଇପଲାଇନ୍ ବିଛାଯିବ। ସେଥିପାଇଁ ଗୋଟିଏ Intake Well ଓ ଦୁଇଟି ଆଧୁନିକ Water Treatment Plant ନିର୍ମାଣ କରାଯିବ। ସମ୍ବଲପୁର ପଟେ ୬୫ MLD ଏବଂ ବୁର୍ଲା ପଟେ ୩୫ MLD କ୍ଷମତାର ଦୁଇଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପିତ ହେବ।
ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ପ୍ରକଳ୍ପ ମାଧ୍ୟମରେ ଦିନକୁ ମୋଟ ୧୦୦ ମିଲିଅନ ଲିଟର ପାନୀୟ ଜଳ ଉପଲବ୍ଧ ହେବ। ଏହି ବୃହତ ପ୍ରକଳ୍ପ ଦ୍ବାରା ସମ୍ବଲପୁର ସହରର ୪୧ଟି ୱାର୍ଡର ପ୍ରାୟ ୫ ଲକ୍ଷ ଜନସାଧାରଣ ଉପକୃତ ହେବେ। ଖରାଦିନରେ ସହରରେ ଦିନକୁ ପ୍ରାୟ ୩୦ ମିଲିଅନ୍ ଲିଟର, ଅର୍ଥାତ୍ ଦିନକୁ ୩ କୋଟି ଲିଟର ପାଣିର ଅଭାବ ହେଉଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପାନୀୟ ଜଳ ସମସ୍ୟାର ସମାଧାନ ହେବା ସହିତ ସହରବାସୀ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇପାରିବେ।