ଓଡ଼ିଆ ନ୍ୟୁଜ୍: ଭଦୋଦରା ଦିନିକିଆକୁ ୪ ୱିକେଟରେ ଜିତିଲା ଭାରତ।୬ ବଲ୍ ବାକି ଥାଇ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ।୩୦୧ ଟାର୍ଗେଟକୁ ୪୯ ଓଭରରେ ୬ ୱିକେଟ ହରାଇ ହାସଲ କଲା।କୋହଲିଙ୍କ ସର୍ବାଧିକ ୯୩ ରନ୍ ଓ ଶୁବମନ ଗିଲ୍ଙ୍କ ୫୬ ରନ୍। ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ।
ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୦୦ ରନ୍ କରିଥିଲା। ଜବାବରେ ଭାରତକୁ ହାତରେ ୱିକେଟ୍ ଥାଇ ୪୯ ଓଭରରେ ୩୦୬ ରନ୍ କରି ମ୍ୟାଚ୍ ଜିତି ନେଇଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ରେ ବାରତ ୦-୧ରେ ଆଗୁଆ ରହିଛି। ଭାରତୀୟ ଦଳ ପକ୍ଷରୁ କୋହଲି ୯୩ ରନ, ଗିଲ ୫୬ ରନ ଏବଂ ଶ୍ରେୟସ ଆୟର ୪୯ ରନ କରି ଦଳକୁ ବିଜୟ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ନ୍ୟୁଜିଲାଣ୍ଡର ୩୦୧ ରନ ଟାର୍ଗେଟ୍କୁ ପିଛା କରୁଥିବା ଟିମ୍ ଇଣ୍ଡିଆ ଦୃଢ଼ ବ୍ୟାଟିଂ ଆରମ୍ଭ କରିଥିଲା। ରୋହିତ ଏବଂ ଗିଲ ଭଲ ଆରମ୍ଭ ଦେଇଥିଲେ। ରୋହିତ ଭଲ ଫର୍ମରେ ଦେଖାଯାଉଥିଲେ, କିନ୍ତୁ ୯ ଓଭରରେ ଦଳୀୟ ସ୍କୋର ୩୯ ବେଳେ ରୋହିତ ଶର୍ମାଙ୍କ ୱିକେଟ୍ ଯାଇଥିଲା। ରୋହିତ ୨୬ ରନ କରି ପାଭିଲିଅନ ଫେରିଥିଲେ। ଯେଉଁଥିରେ ସେ ଦୁଇଟି ଚମତ୍କାର ଛକା ଏବଂ ତିନୋଟି ଚୌକା ମାରିଥିଲେ।
ଏହାପରେ ବିରାଟ କୋହଲି ଏବଂ ଶୁଭମନ ଗିଲ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଉଭୟଙ୍କ ମଧ୍ୟରେ ଏକ ଶତକୀୟ ଭାଗୀଦାରି ହୋଇଥିଲା। ଆଜିର ମ୍ୟାଚ୍ରେ କୋହଲି ମଧ୍ୟ ତାଙ୍କର ୨୮,୦୦୦ ଆନ୍ତର୍ଜାତୀୟ ରନ ପୂରଣ କରିଥିଲେ। ଗିଲ ମଧ୍ୟ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ୨୭ ତମ ଓଭରରେ କ୍ୟାପ୍ଟେନ ଗିଲ୍ ଆଉଟ୍ ହୋଇଥିଲେ। ଆଜିର ମ୍ୟାଚ୍ରେ ଟିମ୍ ପାଇଁ ସେ ୫୬ ରନର ଯୋଗଦାନ ଦେଇଥିଲେ।ଏହାପରେ ଶ୍ରେୟସ ଆୟର ଆସି ବିରାଟ କୋହଲିଙ୍କ ସହ ମିଶି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦୁହେଁ ମିଶି ୭୭ ରନର ଭାଗୀଦାରି କରିଥିଲେ।