ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ବିଜୟ।ଅଭିନେତାରୁ ନେତା ପାଲଟିଥିବା ବିଜୟ ସିବିଆଇ ଅଫିସ୍ରେ ହାଜର।କରୁର ଦଳାଚକଟା ଘଟଣାକୁ ନେଇ ବିଜୟଙ୍କୁ ଜେରା କରିବ ସିବିଆଇ।ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା।
ସିବିଆଇ ଏବେ ବିଜୟଙ୍କ ବୟାନକୁ ପୂର୍ବରୁ ପଚରାଉଚରା କରାଯାଇଥିବା ଦଳୀୟ କର୍ମକର୍ତ୍ତା ଓ ପୋଲିସ ଅଧିକାରୀଙ୍କ ବୟାନ ସହ ମିଳାଇ ଦେଖିବ। ପୋଲିସର ଅଭିଯୋଗ ଅନୁସାରେ, ବିଜୟ କାର୍ଯ୍ୟକ୍ରମକୁ ଆସିବାରେ ବିଳମ୍ବ କରିବା ଯୋଗୁଁ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ବିଜୟଙ୍କୁ ମଙ୍ଗଳବାର ପଚରାଉଚରା ପାଇଁ ଡକାଯାଇ ନାହିଁ। କିନ୍ତୁ ପୋଙ୍ଗଲ ପର୍ବ ପରେ ତାଙ୍କୁ ପୁଣି ଥରେ ହାଜର ହେବାକୁ ସମନ ଜାରି କରାଯାଇପାରେ।
୨୦୨୫ ସେପ୍ଟେମ୍ବର ୨୭ରେ କରୁରଠାରେ ବିଜୟଙ୍କ ଏକ ରାଜନୈତିକ ସଭା ଚାଲିଥିବା ବେଳେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା। ଏଥିରେ ୪୧ ଜଣ ପ୍ରାଣ ହରାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଛି। ଦୁର୍ଘଟଣା ପରେ ବିଜୟ ମୃତକଙ୍କ ପରିବାର ପାଇଁ ୨୦ ଲକ୍ଷ ଏବଂ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ।