ବିଜୟ ମହାପାତ୍ରଙ୍କ ଘରେ ରବି ପାଣି

0

ଓଡ଼ିଆ ନ୍ୟୁଜ୍: ବିଜୟ ମହାପାତ୍ରଙ୍କ ଘରେ ବିଜେଡିର ପୂର୍ବତନ ବିଧାୟକ ରବି ପାଣି। ବିଜୟଙ୍କ ଘରେ ରବି ପାଣିଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋରଦାର।ଗତକାଲି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦଙ୍କୁ ନିଲମ୍ବନ କରିଛି ବିଜେଡି। ପୁଅ ଦଳରୁ ବହିଷ୍କାର ହେବା ପରେ ବିଜୟ ମହାପାତ୍ର କହିଛନ୍ତି, ସେ ଏଭଳି ଖବର ଶୁଣି ହତବାକ୍‌ ଓ ଆଶ୍ଚର୍ଯ୍ୟ। ସେ ଜାଣିବାରେ ତାଙ୍କ ପୁଅ କିଛି କରିନାହିଁ। ସେ କୌଣସି ଦଳରେ ନାହାନ୍ତି ତାଙ୍କ ପୁଅ ନିର୍ବାଚନମଣ୍ଡଳୀର ସ୍ବାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ବିଜୟ କହିଛନ୍ତି।

ସୂଚନାଯୋଗ୍ୟ,ନିଲମ୍ବନ ଆଦେଶ ଘୋଷଣା ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ କହିଛନ୍ତି, ଆଜି ପର୍ଯ୍ୟନ୍ତ କୌଣସି ମେଳିକୁ ଯାଇନାହିଁ। ସବୁବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀ ଭିତରେ ରହିଛନ୍ତି। କେଉଁ ଭୋଜିଭାତକୁ ବି ଯାଇନାହାନ୍ତି। କେଉଁଠାରେ ବି ଦଳର ହୁଇପ୍‌ ଦିଆଯାଇଛି ଯାହା ସେ ମାନିନାହାନ୍ତି ସେମିତି ମଧ୍ୟ କିଛି ନାହିଁ। ସେପରି କିଛି ବିବାଦୀୟ ମନ୍ତବ୍ୟ ଦେଇନାହାନ୍ତି। ସେ ଆଗ କାହିଁକି ଦଳରୁ ନିଲମ୍ବନ ହୋଇଛନ୍ତି ସେକଥା ଜାଣିବା ପରେ ଯାହା କହିବେ ବୋଲି ଅରବିନ୍ଦ କହିଛନ୍ତି।

Leave A Reply

Your email address will not be published.