ଓଡ଼ିଆ ନ୍ୟୁଜ୍: ବିଜେଡିର ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ବିରୋଧୀ ଅଭିଯୋଗ କରୁଥିବା ରାଜ୍ୟସଭା ଗଣିତ ନୁହଁ ଦଳ ବିରୋଧୀ କାର୍ଯ୍ୟ ଲାଗି ନିଲମ୍ୱିତ କରାଯାଇଛି । ସେମାନେ ଦଳ ବିରୁଦ୍ଧରେ କାର୍ଯ୍ୟ କରୁଥିବା ବିଭିନ୍ନ କ୍ଷେତ୍ରରୁ ଆସିଥିବା ରିପୋର୍ଟ ପରେ ଏଭଳି ଆକ୍ସନ ନିଆଯାଇଛି । ଆଜି ଯେଉଁମାନେ ଯାଜପୁର ଜିଲ୍ଲା ପରିଷଦ ସଭାପତି ଓ ଉପ ସଭାପତି ଭଳି ଅନେକ ପଦ ପଦବୀରେ ରହି ଦଳ ବିରୁଦ୍ଧରେ ବେଇମାନ କରି ନିଜ ଲାଭ ଲାଗି ବିଜେପି ଲାଗି କାର୍ଯ୍ୟ କରୁଥିବାରୁ ତାଙ୍କ ଉପରେ ସଭାପତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସେହିଭଳି ରାଜ୍ୟସଭା ଖେଳ ଲାଗି ବିଜେଡି ବିଜେପି କାରଣ ହେଉଥିବା ପିସିସି ସଭାପତି ଅଭିଯୋଗ ଆଣିଥିବା ମନ୍ତବ୍ୟ ଖଣ୍ଡନ କରି କହିଛନ୍ତି ଦଳ ସୁଦୃଢ ଲାଗି ଯାହା ଆବଶ୍ୟକ ତାହା ସଭାପତି କରୁଛନ୍ତି । ଆମେ ଠିକ୍ ଅଛୁ । ଭକ୍ତ ବାବୁ ଭୁଲ କହୁଛନ୍ତି । ବିଜେପି ଓ କଂଗ୍ରେସ ଠାରୁ ବିଜେଡି ସମଦୂରତା ରକ୍ଷା କରି ତାର ସଂଗଠନକୁ ଦୃଢ଼ କରୁଛି ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।