ବିଜେଡିର ଅଭିଯୋଗ ସଂପୂର୍ଣ୍ଣ ମିଛ: ଅରବିନ୍ଦ ମହାପାତ୍ର

0

ଓଡ଼ିଆ ନ୍ୟୁଜ୍: ବିଜେଡିର ଅଭିଯୋଗ ସଂପୂର୍ଣ୍ଣ ମିଛ କହିଲେ ଅରବିନ୍ଦ ମହାପାତ୍ର।’ସବୁ ଦିନ ମୋ ବିରୋଧରେ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି’।’ଗୋଟିଏ କାଗଜ ଫର୍ଦ୍ଦରେ ସବୁ ଅଭିଯୋଗ ଲେଖିକି ଆଣନ୍ତୁ, ମିଡିଆରେ ରଖନ୍ତୁ’। ମୁଁ ସବୁ ଅଭିଯୋଗର ଉତ୍ତର ରଖିବି- ଅରବିନ୍ଦ ମହାପାତ୍ର।’ନବୀନଙ୍କ ସହ କଥା ହେବାକୁ ଚେଷ୍ଟା କରିବି, ତା ପରେ ଉତ୍ତର ରଖିବି’।

ସାଂସଦ ପ୍ରାର୍ଥୀଙ୍କୁ ହରାଇବା ପାଇଁ ଚେଷ୍ଟା କରୁଥିବା ନେଇ ବିଜେଡିର ଅଭିଯୋଗ ଉପର ଅରବିନ୍ଦ କହିଲେ, ସାଂସଦ ପ୍ରାର୍ଥୀଙ୍କୁ ପଚାରିଲେ ସେ କହିପାରିବେ । ବିଜେଡିର ସବୁ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା । ସେମାନେ ଗୁମର ଖୋଲିଲେ ମୁଁ ତାକୁ ଚ୍ୟାଲେଞ୍ଜ କରିବି ବୋଲି ଅରବିନ୍ଦ ମହାପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେଡି ସାଧାରଣ ସମ୍ପାଦକ ଅମରେଶ ପତ୍ରି କହିଥିଲେ ୨୨ ମାସ ହେଲା ଗୁଇନ୍ଦା ରିପୋର୍ଟ ନେଉଥିଲା ବିଜେଡି । ଟିକେଟ୍ ନେବା ପର ଦିନରୁ ଦଳ ସହ ବିଶ୍ୱାସଘାତକତା କରିଥିଲେ । ବାପ-ପୁଅ ଦଳ ଭାବେ ପାଟକୁରାରେ ଶାସନ କରୁଥିଲେ । ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ଷଡ଼ଯନ୍ତ୍ରର ମଙ୍ଗ ଧରିଥିଲେ ଅରବିନ୍ଦ । କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ଓ ସଭାପତିଙ୍କ ଫଟୋ ରଖୁନଥିଲେ । ପଞ୍ଚାୟତରେ ଦଳ ଲୋକଙ୍କୁ ହଟାଇ ନିଜ ଲୋକ ରଖୁଥିଲେ ଅରବିନ୍ଦ । ବାପାଙ୍କ କଥାରେ ଚାଲିଥିଲେ ପୁଅ ଅରବିନ୍ଦ ।

Leave A Reply

Your email address will not be published.